STORYMIRROR

Pranati Jena

Classics Others

4  

Pranati Jena

Classics Others

ଶ୍ରୀକୃଷ୍ଣ ପ୍ରିୟା

ଶ୍ରୀକୃଷ୍ଣ ପ୍ରିୟା

1 min
11


ଗୋକୁଳ ନିବାସୀ ସାମନ୍ତ ରାଜା ସାଧନା 

ବୃଷଭାନୁ ପତ୍ନୀ କିର୍ତ୍ତୀଦାଙ୍କ ଶିଶୁ କନ୍ୟା,

ତପ୍ତ କାଞ୍ଚନ ଗୌରାଙ୍ଗୀ ବୃନ୍ଦାବନ ଧନ୍ୟା

ସୁନ୍ଦରୀ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରିୟା ଶ୍ରୀ ନିର୍ଗୁଣା......


ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ

ବିଶାଖା ନକ୍ଷତ୍ର ସଂଯୋଗେ ଜନ୍ମ ବାସରେ,

ଶ୍ୟାମର ଦକ୍ଷିଣ ଅଂଶରୁ ଉତ୍ପତ୍ତି ବାରେ

ଶ୍ରୀ କମଳ ସୁନ୍ଦରୀ ଶ୍ରୀ ରାସ ମଣ୍ଡଳରେ....


ରାଧା ବିନା ଅଧା ଏଠି ଶ୍ରୀକୃଷ୍ଣଙ୍କ ପଦ 

ପୂର୍ଣ୍ଣମୀ ନ ଥିଲେ ପୂର୍ଣ୍ଣଚନ୍ଦ୍ର କି ଉଦିତ,

ସିନ୍ଧୁଏ କରୁଣା ଇଛା ନାହିଁ ବିନ୍ଦୁ ମାତ୍ର

ଶ୍ରୀରାଧା ପ୍ରାଣା ସମ୍ପତ୍ତି ପ୍ରଣତିର ଚିତ୍ତ......


ଅପ୍ରାକୃତ ପ୍ରେମମୂରତି ଶ୍ରୀ ରାଧେହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ ଭ୍ରମି ଅବତରି,

ଜୀବ ପରମର ଭେଦ ଆତ୍ମାରେ ବିହରି

ମୋହନ ବଂଶୀର ସ୍ୱରେ ସ୍ଥିତ ରାସେଶ୍ବରୀ.....


ଦେହ ମନଠାରୁ ପ୍ରପଞ୍ଚ ଦୂରରେ ନେଇ

ଚେତନାରେ ପଞ୍ଚପ୍ରାଣ ରହୁ ସ୍ଥିର ହୋଇ,

ଭଜୁଥିବ ରାଧା ଗୋବିନ୍ଦ ମୂରତି ନିତି

ଅନାହତ ବଂଶୀସୁରେ ହୃଦୟ ସମ୍ପତ୍ତି......


ଗୋଲକ ଧାମରେ ନିତ୍ୟ ନିରନ୍ତର ସୁରେ

ପ୍ରାଣର ସ୍ପନ୍ଦନ ହୋଇ ଜଗତ ପ୍ରସରେ,

ହ୍ଲାଦିନୀ ମହାଭାବର ଅଂଶ ପ୍ରେମତୀରେ

ଆନନ୍ଦ ଚିନ୍ମୟ ଶୁକ,ଶାରୀ ରମଣରେ.....


ନାମରତ୍ନ ମାଳା କଣ୍ଠେ ପ୍ରଣତି ଜୀବନ

ସ୍ୱପ୍ନମଗ୍ନା ପ୍ରାଣମୋର ନାହିଁ ଜ୍ଞାନାଜ୍ଞାନ,

ବ୍ରହ୍ମଜ୍ୟୋତି ପୂର୍ଣ୍ଣ ତୁମେ ସତ୍ୟ ସନାତନ

ହୃଦୟ ସତତ ଚିନ୍ତେ ଆଦ୍ୟ ଆବାହନ.....


ସମୁଦ୍ରେ ଶୋଷରେ ତୃଷ୍ଣା ଘାରିଛି ପରାଣ

ମନତଳେ ଶୁକପକ୍ଷୀ ଝୁରେ ପ୍ରତିକ୍ଷଣ,

ପାଉନାହିଁ ରତ୍ନମୋର ଭିଜେ ପ୍ରତିଦିନ,

ହୃଦୟ ଦହନେ ବିଧୁରିତ ତନୁମନ

ଗଭୀର ନିଶିଥେ ରାଧେ ହୃଦୟ ଚନ୍ଦନ.....


ଆସକ୍ତ ପ୍ରଣତି ଅକୈତଵ କରୁଣାର

ଅନନ୍ତ ଅପାର ସିଦ୍ଧି ନାମରେ ବିହାର,

କାମନାର କଳ୍ପତରୁ ନାମ ଦାସୀ ଛାର

ହୃଦୟରେ ବିହରି ଲେଖୁଛ ଇସ୍ତାହାର.....


କବି କି ପଣ୍ଡିତ ନୁହେଁ ନାହିଁ ଶାସ୍ତ୍ରଜ୍ଞାନ

ମୂର୍ଖ ସରଳ ପ୍ରାଣରେ ସ୍ନେହର ବନ୍ଧନ,

ଯାହା ଆସେ ତାହା ଲେଖେ ଶ୍ରୀପଦ ଅର୍ଚ୍ଚନ

ଧାରା ହୋଇ ରାଧାପ୍ରାଣ ଧରାର ସ୍ପନ୍ଦନ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics