STORYMIRROR

Bidyadhar Mantry

Classics Others

4  

Bidyadhar Mantry

Classics Others

ଅମୁଲ୍ୟ ସମ୍ପତ୍ତି ସ୍ନେହ ପ୍ରେମ ପ୍ରୀତି

ଅମୁଲ୍ୟ ସମ୍ପତ୍ତି ସ୍ନେହ ପ୍ରେମ ପ୍ରୀତି

2 mins
40


ସଞ୍ଚିତ ଧନର ଚୋରୀ ଭୟ ଅବା

କାଳ ବଳେ ଅବକ୍ଷୟ

ଧନ ବୃଦ୍ଧି ସହ ରକ୍ଷଣା ବେକ୍ଷଣ

ଚିନ୍ତା ହୃଦେ ଅହରହ

ଧନ ଠାରୁ ବଳି ଅମୁଲ୍ୟ ସମ୍ପତ୍ତି 

ସ୍ନେହ ପ୍ରେମ ପ୍ରୀତି ଭାବ

ନାହିଁ ଚୋରି ଭୟ ନୁହେଁ ଅବକ୍ଷୟ

ଯେଣୁ ହୃଦର ସ୍ବଭାବ

ହୃଦୟ ଭଣ୍ଡାର ପୂର୍ଣ୍ଣ ହୁଏ ଯେବେ

ସ୍ନେହ ପ୍ରେମ ପ୍ରୀତି ସହ

ସମ୍ପର୍କ ର ସେତୁ ସୁଦୃଢ଼ ସହିତ

ହୃଦରେ ଶାନ୍ତି ପ୍ରବାହ

ସ୍ନେହ ପ୍ରେମ ପୂର୍ଣ୍ଣ ମିଠା କଥା ବଳେ

ପ୍ରୀତି ର ମୂର୍ଚ୍ଛନା ଜାତ

ଅଜଣା ଅଚିହ୍ନା ଅବା ଶତ୍ରୁ ପକ୍ଷ

ସହଜରେ କରାୟତ

ସ୍ନେହ ପ୍ରେମ ଡୋରି ବନ୍ଧନରେ ଆପେ

ପ୍ରୀତି ଭାବ ଜାଗେ ହୃଦେ

ପରଷ୍ପର ଭାବ ଆଦାନ ପ୍ରଦାନ

କ୍ରମେ ଆଲିଙ୍ଗନ ଛନ୍ଦେ


ସ୍ନେହ ପ୍ରେମ ପ୍ରୀତି ହୃଦୟ ଆବେଗ

ଅନୁଭବ ହୃଦୟରେ

ସ୍ପର୍ଶ ଅବା ଦୃଶ୍ୟ ନୁହଇ ସମ୍ଭବ

ଦିବ୍ୟ ଚେତନାର ଧାରେ

ବାତ୍ସଲ୍ୟ ମମତା ବନ୍ଧୁତ୍ୱ ସମ୍ପର୍କ

ଅବା ପ୍ରଣୟ ଆବେଗ

ହୃଦୟର ଭାଷା ପଠନ ଜରୁରୀ

ବୋଳି ହୋଇ ପ୍ରେମ ରଙ୍ଗ

ଜୀବନ ନାଟକେ ସ୍ନେହ ପ୍ରେମ ପ୍ରୀତି

ଏକ ବହୁମୁଖି କଳା 

କଳାର ପୂଜାରୀ କଳା ରଙ୍ଗ ବୋଳି 

କରିବାକୁ ହୁଏ ଲୀଳା


ପ୍ରେମ ହୃଦୟରେ ଏକ ଅନୁଭବ

ଜୀବନର ତୃଷା ପ୍ରାୟ

ବାପାଙ୍କ ତାଗିଦ୍ ଭାଇ ର ସ୍ନେହ

ଭଉଣୀର ରାକ୍ଷୀ ସହ

ସ୍ନେହ ପ୍ରେମ ପ୍ରିତୀ ସଂଜ୍ଞା ପରିଭାଷା

ଭିନ୍ନତା ଭିନ୍ନ ଭାବରେ

ସଙ୍ଗୀତର ସ୍ୱର ଭକ୍ତର ଆକୁଳ

ପ୍ରେମୀ ଯୁଗଳ ମୁଖରେ

ପ୍ରେମ ସାତ ରଙ୍ଗେ ଇନ୍ଦ୍ର ଧନୁ ସମ

ବର୍ଷା ବୁନ୍ଦା ସମ ପ୍ରୀତି 

ମା ପଣତରେ ଦାଣ୍ଡ ଧୂଳି ଝଡା 

ହୋଇପାରେ ବି ସମ୍ପ୍ରତି


ଅନାବିଳ ହୃଦେ ସ୍ନେହ ପ୍ରେମ ପ୍ରୀତି 

ଭାବ ସହ ସମ୍ପର୍କରେ

ଭକ୍ତି ଭାବ ପୁଣି ଶାନ୍ତ ଚିନ୍ତା ଧାରେ

ପ୍ରଭୁ ପାଦେ ଲୟ କରେ

ପ୍ରେମ ଭରା ହୃଦେ ଈଶ୍ୱର ନିବାସ

ପ୍ରେମ ପରମ ପୁରୁଷ

ବିଶ୍ୱାସ ଭରଷା ସ୍ନେହ ପ୍ରେମ ପ୍ରୀତି 

ଏକ ଭାବର ଉଛ୍ୱାସ 


ପ୍ରେମ ଭାବ ଆପେ କୈଶର ସୋପାନେ

ପ୍ରିତୀ ସ୍ଵାଦ ଥାଇ ହୃଦେ

ଚହଲା ପାଣିରେ ଢେ଼ଉ ସମ ଉଠେ

ଚଞ୍ଚଳତା ପ୍ରତି ପାଦେ 

ଆଖିର ଭାଷା ଓ ଓଠ ଆକର୍ଷଣ

ସଙ୍ଗୀତ ଶ୍ରବଣେ ମନ

ପୁଲକିତ ମନ ଦିବସେ ସପନ

ଚାହେଁ ପ୍ରିୟାର ଚୁମ୍ବନ

ପ୍ରୀତି ରଙ୍ଗ ତାଳେ ପ୍ରକୃତିର ଶୋଭା

ମନ ବି ଫୁଲ ରସିଆ

ଅସ୍ଥିର ମନରେ ଭାବ ଶିହରଣ

ସତେ ଯେପରି କିମିଆ 

ପ୍ରେମ ପରିଭାଷା ଅବା ସଂଜ୍ଞା ପ୍ରାୟ

ଅବର୍ଣ୍ଣନୀୟ ଭାଷାରେ

ପ୍ରେମୀ ଅନୁଭବୀ ହୃଦୟେ କେବଳ

ବୁଝି ହୁଏ ସହଜରେ

କ୍ଷଣଭଙ୍ଗୁର ଏ ମଣିଷ ଜୀବନ

ଆସିବା ଯିବା ଖାଲିରେ

ସ୍ନେହ ପ୍ରେମ ପ୍ରୀତି ଛାପ ରହିଥିବ

ପ୍ରିୟ-ଜନଙ୍କ ହୃଦରେ

ଜୀବନରେ ସ୍ନେହ ପ୍ରେମ ପ୍ରୀତି ଭାବ

ରହୁ ହୃଦ ଭାବନାରେ

ଉତ୍ସର୍ଗ ହେଉ ଏ କ୍ଷଣିକ ଜୀବନ

ପରୋପକାର ସେବାରେ

ଅମୁଲ୍ୟ ସମ୍ପତ୍ତି ସ୍ନେହ ପ୍ରେମ ପ୍ରୀତି 

ହୃଦୟ ଭଣ୍ଡାରେ ରହୁ

ସେ ସମ୍ପତ୍ତି ବଳେ ନାମ ଯଶ ଖ୍ୟାତି 

ଜୀବନେ ଅର୍ଜ୍ଜନ ହେଉ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics