STORYMIRROR

Sahadev Behera

Classics

3  

Sahadev Behera

Classics

ହୋଇଲାକି ସତ୍ଯ ଯୁଗ

ହୋଇଲାକି ସତ୍ଯ ଯୁଗ

1 min
176



ସତ୍ଯ ଯୁଗ ପ୍ରଭୁ   ହୋଇଲାକି ସତ୍ଯ 

      ନାହିଁ ଏଠି ହିଂସାବାଦ 

ସର୍ବ ଘଟେ ହରି  ନାନା ରୂପ ଧରି 

      ହୋଇଅଛ ସର୍ବ ବିଦ୍ୟ l

      

ଧନୀ ଗରିବର  ଭେଦାଭେଦ ନାହିଁ 

     ମୁନିବ ମୂଲିଆ ଏକ

ଗାଡି ଘୋଡା ନାହିଁ  ପଥେ ଯାନ ଶୂନ୍ଯ 

     ଏକାକୀ ଆଜି ପଥିକ l

      

ପ୍ରଜାର ସୁରକ୍ଷା  ରାଜା ବୁଝୁଅଛି

    ରାଜାକୁ ପ୍ରଶଂସେ ପ୍ରଜା 

ପ୍ରଜାର ଜୀବନ ଅଟେ ମୂଲ୍ଯବାନ 

     ମଣୁ ଅଛି ଆଜି ରାଜା l

     

ପଶୁ ପକ୍ଷୀ ସେବା  କରୁଛି ମାନବ 

    କରଇ ମାଧବ ସେବା 

ଲାଞ୍ଚ ମିଛ କଥା  ନ ଭାବେ ପରତେ 

  &

nbsp;  ଆଉ କି ଉପମା ଦେବା  l

     

ଗରିବ କୁଡିଆ  ଘରେ ହୋଇ ଠିଆ 

     ରଜା ବୁଝଇ ଖବର 

ପ୍ରଜାର ମଙ୍ଗଳ  ବିଧାନ କରୁଛି 

    ପୁଛି ଭଲମନ୍ଦ ତା'ର l


ପରିବାର ସହ  ବିତାଉଛି ଦିନ 

   ପୂଜାର୍ଚ୍ଚନା ଜପତପେ 

ଗୀତା ଭାଗବତ ଧରମ ପୁରାଣ 

    ହରେକୃଷ୍ଣ ନାମ ଜପେ l


ବିଶ୍ବର କଲ୍ୟାଣ  ହିତେରେ ଜୀବନ 

   ତ୍ଯାଗର ମହତ୍ ବୂଝେ 

ଦାନ ଧର୍ମ ତପ  ସମର୍ପଣ କରେ 

    ପ୍ରଭୁ ପାଦେ ନିତି ଭଜେ l

     

ସବୁ ତମ ଲୀଳା ସବୁ ତମ ଖେଳା

    ମଣିଷ ମାତର ଅଟେ 

କେମିତି ବୁଝିବ  ଏ ମୂଢ ପରତେ 

     ବିଦ୍ୟମାନ ସର୍ବଘଟେ l

    


Rate this content
Log in

Similar oriya poem from Classics