ଏମିତି ଜୀବନ
ଏମିତି ଜୀବନ
କେତେ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଛ
ଜନ୍ମ ନେଲି ଯେବେ କୋଳେ
ସରାଗେ ସରଗ ସୁଖର ଜୁଆର
ଭାସୁଥିଲି ସିନ୍ଧୁ ଜଳେ ।
ପୂର୍ଣ୍ଣିମାର ଚାନ୍ଦ ହାତେ ଦେଇଥିଲ
ଧରାଇ ଖେଳଣା ପରି
ପୂର୍ଣ୍ଣ ଚନ୍ଦ୍ର ପରି ହେଲି ଯେବେ ବଡ
କରିଦେଲ ହତଶିରୀ ।
ବିଦ୍ୟା, ବୁଦ୍ଧି, ଜ୍ଞାନ ସବୁ ଗୁଣ ଦେଇ
ସର୍ବଗୁଣା କରିଥିଲ
ବେଦୀରେ ବସାଇ ପର ଘର କରି
କନ୍ଯା ଦାନ କରି ଦେଲ ।
ବାପ ଘର ସୁଖ ଗଲି ସବୁ ଭୁଲି
ଗଢିଲି ନିଜ ସଂସାର
କେତେ ଦହଗଞ୍ଜ ଜଂଜାଳ ଭିତରେ
ବିତୁଛି ଜୀବନ ମୋର ।
ଭିଆଇଲା କିଏ ଏମିତି ଜୀବନ
କରି ଏତେ ହୀନିମାନ
କିଏ କହେ କନ୍ଯା ଅମୂଲ୍ଯ ରତନ
କହେ କେ ତୁଚ୍ଛ କାଞ୍ଚନ ।