ଜହ୍ନ
ଜହ୍ନ


ଜହ୍ନ ରାଇଜରୁ ଜାଗା ଖଣ୍ଡେ ଦେ
ରହିବି ମୁଁ ଘର କରି
ପୃଥିବୀଟା ଏବେ ଦୂଷିତ ହେଲାଣି
ସର୍ବେ ହେଲେଣି ଭଗାରୀ ।। 1
ରାଗ ହିଂସା ବାଦ ଇର୍ଷା ଦ୍ୱେଷ ଖେଦ
ଦୁଃଖରେ ଏ ମହୀ ଭରା
ଗର୍ବ ଅହଙ୍କାର ମଣିଷ ଆଦରେ
ଭୁଲି ନିଜ ପରମ୍ପରା ।। 2
ପିତା ପୁତ୍ର ସ୍ନେହ ମାଆର ମମତା
ସବୁ ଏଠି ତୁଚ୍ଛ ଲାଗେ
ବାହୁ ବଳେ ନର ନିଜେ ବଳୀୟାନ
ଦେଖାଏ ନିଜକୁ ଆଗେ ।। 3
ଛନ୍ଦ କପଟରେ ମଣିଷ ଛନ୍ଦିଛି
ବାହାରି ପାରୁନି ଆଉ
ତୋ ରାଇଜ ହସେ ଏସବୁର ଉର୍ଦ୍ଧ୍ୱେ
ଦେ ମୋତେ ଆଶ୍ରା ତୁହି ।। 4
ଏକାନ୍ତେ ରହିବି ତୋ କଥା ମାନିବି
ନ ଥିବ ମନେ ମୋ ଦୁଃଖ
ତୋ ରାଇଜେ ପ୍ରଜା ପରି ମୁଁ ଚଳିବି
ଜୀବନ ହୋଇବ ସୁଖ ।। 5