STORYMIRROR

suchismita Panda

Romance Others

4  

suchismita Panda

Romance Others

ତମମୟ

ତମମୟ

1 min
358

ତମେ ଯେତେବେଳେ ତମମୟ ଜୀବନେ

ମୋତେ ଭିଜେଇ ଦେଇଥିଲ

ମୁଁ ମଧ୍ୟ ତମ ଭିତରେ ଏକୀକୃତ ହୋଇ

ତମମୟ ଗନ୍ଧରେ ମହକି ଉଠିଥିଲି 

ସେତେବେଳେ ତମମୟ ଭିତରେ ହଜି

ମୁଁ ନିଜସ୍ୱତାକୁ ସଂପୂର୍ଣ୍ଣ ତମରି ଜୀବନେ

ଭିଜେଇ ଦେଇଥିଲି ।


ସମସ୍ତେ କହିଥିଲେ 

ତମମୟ ଜୀବନରେ ମୁଁ ଆବଦ୍ଧ କରିଦେଇଛି 

ନିଜକୁ, ନିଜ ପରିଚୟକୁ 

ହେଲେ ତମଠି ଥିବା ବିଶ୍ବାସ ଏତେ ଗଭୀର ଥିଲା ଯେ

ମୋତେ ସଭିଙ୍କ କଥାରେ ମିଥ୍ୟା, ଅହଂକାରର ଛବି ଦିଶିଲା 

ତମ ଭିତରେ ନିଜେ ଲୁଚି ଯାଇ ମଧ୍ୟ 

ଏକ ମୁକ୍ତ ବିହଙ୍ଗର ଅନୁଭୂତି ହେଲା ।


ସୂର୍ଯ୍ୟ ଚାରିପଟେ ଘୂରୁଥିବା ପୃଥିବୀ 

ଯେତେ ଆଗେଇ ଚାଲିଲା 

ସମୟ ସହ ଜୀବନ ମଧ୍ୟ ସେତେ ଗତି ପରିବର୍ତ୍ତନ କଲା

ମୋଠି ତମମୟ ହୋଇ ରହିଥିବାର ଲକ୍ଷଣ

ପୂର୍ବବତ ପ୍ରତି ପାଦରେ ଦେଖାଯାଉଥିଲା

ହେଲେ ତମଠି କେମିତି କେଜାଣି 

କମି କମି ଆସିଲା ।


ତଥାପି ତମମୟ ହୋଇ ରହିବାର ଖୁସିରେ 

ମୁଁ ହସି ହସି ରହିଲି

ହେଲେ ସେଦିନର ସଞ୍ଜେ ତମେ ଯେତେବେଳେ 

ତମମୟ ଜୀବନର ମୋର ଉପସ୍ଥିତକୁ ନେଇ ପ୍ରଶ୍ନ କଲ

ମୋତେ ବେଶ ଅଡୁଆ ଲାଗିଥିଲା 

ଏଭଳି ସନ୍ଦେହ ଘେରା ଅଡୁଆ ପ୍ରଶ୍ନର ଉତ୍ତର କଣ ହେବ 

ତାହା ମୋତେ ଅଜଣା ଥିଲା ।


ହେଲେ ସେଇ ପ୍ରଶ୍ନ 

ମୋ ଆଖି ଖୋଲିବାକୁ ବିଳମ୍ବ କଲାନାହିଁ 

ମୋତେ ମୋ ଜୀବନରେ ନିଜସ୍ୱତାକୁ ଖୋଜିବାକୁ

ପ୍ରେରିତ କଲା, ପୂର୍ବରୁ ସଭିଏଁ କହିଥିଲେ ଯାହା,

ତାରି ମର୍ମକୁ ବୁଝେଇ ଦେଲା ।


ସେଦିନଠୁ ଆଦ୍ଯାବଧି 

ମୁଁ ଏବେ ତମମୟ ହୋଇ ଆଉ ବଂଚି ନାହିଁ 

ହଁ ତମମୟ ପ୍ରେମ ଭିତରେ ଏବେ ବି ଭିଜୁଛି,

ତମମୟ ସୁଗନ୍ଧରେ ଏବେ ବି ବାସି ଉଠୁଛି

ହେଲେ ଆଉ ତମମୟ ଜୀବନରେ

ନିଜକୁ ଆଉ ଲୁପ୍ତ ରଖିନି

ଖୋଲି ଦେଇଛି ନିଜର ସମସ୍ତ ଆବଦ୍ଧ ଡୋରିକୁ

ଏବେ ମୁଁ ସଂପୂର୍ଣ୍ଣ ମୁକ୍ତ ତମରି ଭିତରେ ନୁହେଁ 

ତମ ବାହାରେ ଥିବା ସୁନେଲି ସଂସାରରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance