STORYMIRROR

suchismita Panda

Children Stories Inspirational Children

3  

suchismita Panda

Children Stories Inspirational Children

ବାଲ୍ୟକାଳର ମୂଲ୍ୟ

ବାଲ୍ୟକାଳର ମୂଲ୍ୟ

1 min
204

ନୀଳ ରଙ୍ଗର ଆକାଶରେ

ସପ୍ତରଙ୍ଗର ଇନ୍ଦ୍ରଧନୁକୁ ଦେଖି 

ଆଶ୍ଚର୍ଯ୍ୟାନ୍ବିତ ପିଲାଏ ଖୁବ୍ ଉତ୍ସାହର ସହ

ଉତ୍ତର ଖୋଜନ୍ତି ସେଇ ମହାକାଶେ ଦେଖା ଦେଇଥିବା

ସୁନ୍ଦର କ୍ଷଣସ୍ଥାୟୀ ପରିବର୍ତ୍ତନର ।


ରାତିରେ, ସୂର୍ଯ୍ୟଙ୍କ ଅନୁପସ୍ଥିତିରେ 

ଚନ୍ଦ୍ରମଣ୍ଡଳ ଓ ତାରାଗୁଚ୍ଛଙ୍କ ଆକର୍ଷଣେ 

ଆକର୍ଷିତ ପିଲାଙ୍କ ମନ ଖୋଜୁଥାଏ 

ସେଇ ତାରା ଭିତରେ ଆପଣା ଲୋକଙ୍କୁ 

ଦେଖୁଥାଏ ଜହ୍ନଦେହେ ଥିବା ପାହାଡ଼ ପର୍ବତ ସବୁକୁ ।


ଧୀରେ ଧୀରେ ସେ ଯେବେ 

ଗ୍ରହମଣ୍ଡଳର କଥା ଶୁଣେ

ଆର୍କଷିତ ମନ ତାର ଅଧିକ ଜାଣିବାକୁ

ଆର୍କଷି ହୋଇପଡେ, ସେ ଜାଣେ

ପୃଥିବୀର କଥା, ଦିନ ରାତିର କ୍ରମ

ଖୁସି ମନେ ପଚାରେ ସେ ଆହୁରି ଅନେକ ପ୍ରଶ୍ନ 

ଯାହାର ଉତ୍ତର ପାଇଁ ସେ ହୁଏ ବ୍ୟାକୁଳ ।


ତୁଳସୀ ଦୁଇ ପତ୍ରରୁ ବାସି 

ନିଜକୁ ପରିଚିତ କଲା ପରି

ପିଲାଟିର ଜ୍ଞାନ ପିପାସୁ ମନ କହେ

ସେ ବଡ ମଣିଷ ହେବ

ଜ୍ଞାନର ସାମ୍ରାଜ୍ୟରେ ନିଜ 

ଆଧିପତ୍ୟ ବିସ୍ତାର କରିବ ।


ସତସତିକା ପିଲାଟି ବଡ ହେବା ପରେ 

ଜ୍ଞାନ ବିସ୍ତାର କଲା ମହୀମଣ୍ଡଳ ସଂପର୍କରେ

ଦେଶ ବିଦେଶରେ ସେ ହେଲା ପରିଚିତ 

ଗର୍ବ କଲା ତା ପାଇଁ ଆମ ଭାରତ

ପିଲାଟି ବେଳୁ ସେ ପ୍ରଶ୍ନଉତ୍ତର ଭିତରେ ଛନ୍ଦି ରହି

ଉନ୍ନତିର ସୋପାନ ଚଢିଲା ନାନା ତଥ୍ୟ ପାଇ 

ବାଲ୍ୟକାଳୁ ଯେବେ ତା ଇଚ୍ଛାରେ ପଡିଥାନ୍ତା ବାଧା

ବଣମଲ୍ଲୀ ହୋଇ ରହି ଯାଇଥାନ୍ତା ସଦା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍