STORYMIRROR

suchismita Panda

Romance Fantasy Others

3  

suchismita Panda

Romance Fantasy Others

ଅତୁଟ ସଂପର୍କ

ଅତୁଟ ସଂପର୍କ

1 min
144

ମୁଁ ଜାଣେ

ଡାକବାଲା ଧରି ଆସିଥିବା

ଦୂର ଗାଁ ର ଚିଠି ଖଣ୍ଡକ ଭିତରେ 

ତମେ ଲୁଚେଇ ରଖିଥିଲ 

ତମ ପ୍ରିୟତମାର ପ୍ରୀତିକୁ 

ଆଉ ଚିଠିର ଉତ୍ତର ଚିଠିରେ ଦେଇ

ବ୍ୟକ୍ତ କରିଥିଲ ତମ ହୃଦୟରେ ଥିବା 

ପ୍ରେମର ବନ୍ୟାକୁ ।


ମୁଁ ଜାଣେ

ମୋତେ ତମେ ବାହା ହୋଇ 

ବୋହୂ କରି ଆଣିବାକୁ ବାଧ୍ୟ ହୋଇଥିଲ

ବଡ ଲୋକଙ୍କ ଆଖେ କଥା କହି ନପାରି 

ନିଜ ପ୍ରେମକୁ ହତ୍ୟା କରିଥିଲ

ଆଉ ମୁଁ ତ କେବଳ ବୋହୂଟିଏ ହେଲି,

ମାଆ ଟିଏ ହୋଇ ରହିଗଲି

କିନ୍ତୁ ତମ ପତ୍ନୀ କେବେ ହୋଇପାରିଲି ନାହିଁ ।


ମୁଁ ଜାଣେ 

ତମେ ଅନେକ ଚେଷ୍ଟା କରିଛ 

ତମ ମନର ଆଇନାରେ ମୋତେ ସ୍ଥାନଟିଏ ଦେବାକୁ 

ହେଲେ ସେଇ ସୁନ୍ଦରୀ ପ୍ରେୟସୀଙ୍କ ଉପସ୍ଥିତ 

ଏତେ ଗଭୀର ମାତ୍ରରେ ଘର କରିଛି ଯେ

ତମେ ହାରିଯାଇଛ ସବୁଥର

ଆଉ ତମ ହାରିବାରେ 

ତମକୁ ଆପଣେଇ ନେଇଛି ପ୍ରତିଥର ।


ମୁଁ ଜାଣେ 

ମୁଁ ଯଦି କେବେ ପଚାରିଥାନ୍ତି କିଛି 

ତମ ଅଭିମାନିନୀ ପ୍ରେୟସୀର କଥା 

ତମେ ଆଖି ମିଶେଇ କଥା କହିନଥାନ୍ତ ମୋତେ 

ନିଜକୁ ନିଜେ କରିଥାନ୍ତ ଦୋଷୀ 

ତେଣୁ ତ ମୁଁ ଚୁପ ରହିଲି 

ବିନା କୌଣସି ପ୍ରଶ୍ନ ନଥିବା ସଂପର୍କରେ

ତମ ସହ ଏକାକାର ହେଲି ।


ମୁଁ ଜାଣେ 

ମୋ ଠୁ ମଧ୍ୟ ଢେର ଅଧିକା ଭଲପାଆନ୍ତି 

ସେଇ ନାୟିକା ତୁମକୁ

ତେଣୁ ତ ଦୂରେ ଥାଇ ମଧ୍ୟ 

ଦୁହେଁ ଏଯାବତ ଏଇ ନିଶ୍ବାସ 

ତମେ ଧମନୀ ହେଲେ ତାଙ୍କର

ସେ ତମଠି ବହିଯାଉଥିବା ରକ୍ତ 

ଆଉ ଦୁହିଁଙ୍କ ଭଲପାଇବା ଚିରଜାଜ୍ବଳ ।


ମୁଁ ଜାଣେ

ଆମ ଡୋରି ଅତୁଟ

ଆମ ଭିତରେ ଗଢିଥିବା 

ସୂକ୍ଷ୍ମ ସଂପର୍କର ବାସ୍ନା 

ଚାରିଦିଗେ ପ୍ରସ୍ଫୁଟିତ 

ହେଲେ ଦୂର ଗାଁରୁ ଆସୁଥିବା 

ସେଇ ଚିଠି ତମ 

ପ୍ରେମର ପ୍ରକୃତ ପ୍ରତୀକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance