STORYMIRROR

suchismita Panda

Drama Fantasy Inspirational

4  

suchismita Panda

Drama Fantasy Inspirational

ନିରୁତ୍ତର

ନିରୁତ୍ତର

1 min
383

ଥକିଯାଇଛି!

ସବୁଦିନ ତମ ପ୍ରଶ୍ନସବୁର ଉତ୍ତର ଦେଇ ଦେଇ

ମୁଁ ଏଇ ଜୀବନରେ ସଂପୂର୍ଣ୍ଣ ହାଲିଆ ହେଲିଣି

ଆଉ ମୋ ପାଖେ ଆଗ ପରି ଶକ୍ତି ନାହିଁ 

ନା ଅଛି ପୂର୍ବବତ ନିଜକୁ ନିର୍ଦ୍ଦୋଷୀ ପ୍ରମାଣ କରିବାର କୌଣସି ଅଭିଳାଷ ଅଛି  

ଏବେ ତମ ସବୁ ପ୍ରଶ୍ନର ଉତ୍ତରରେ ମୁଁ ନିରୁତ୍ତର 

ମୁଁ କାଠ କଣ୍ଢେଇଟିଏ, ଯିଏ 

ତମେ କଥା ସବୁ ଶୁଣିବ ହେଲେ 

ପ୍ରତିଉତ୍ତରରେ ମୌନତା ହିଁ ରହିବ ।


ମାତା ସୀତା ମଧ୍ୟ ଦିନେ ମୋ ପରି

ସବୁ ଅପବାଦକୁ ମୌନତାରେ ସହିଗଲେ

ସେ ଚାହିଁଥିଲେ ନିଶ୍ଚୟ ପ୍ରତିଉତ୍ତର ଦେଇଥାନ୍ତେ

ହେଲେ ସେ ଚୁପ ଭିତରେ ନିଜ ସତ୍ୟତା ପ୍ରମାଣ କରେ

ହଁ ମାନୁଛି ମୁଁ ସୀତା ନୁହେଁ 

ନା ଏଇ ଯୁଗ ସେଇ ପୁରୁଣା ଯୁଗ ଯେଉଁଠି 

ମଣିଷ ମୁଖ ନିବୃତ ଉକ୍ତି ସତ୍ୟ ହେବ

ଏ ତ କଳିଯୁଗର ଆମେ କଳାମଣିଷ ସବୁ

ଏଠି ସତ୍ୟକୁ ଲୋକଲୋଚନକୁ ଆସିବା ପାଇଁ 

ଏଇ ଲମ୍ବା ସମୟ ଲାଗେ, ଆଉ ସେଇ ସମୟ ହିଁ 

ଧୈର୍ୟ୍ଯର ପରିଚୟ ଦିଏ ।


ବର୍ତ୍ତମାନ ମୁଁ ଏବେ

ସେଇ ଧୈର୍ୟ୍ଯର ପାହାଚରେ ଛିଡା ହୋଇ

ଅପେକ୍ଷା କରିଛି ମୋ ପାଇଁ ଆସୁଥିବା ସମୟକୁ

ସମୟ ତ ସବୁବେଳେ ଘୂରିଚାଲୁଛି ନା

ପ୍ରତି ମୂହୁର୍ତ୍ତ ବଦଳି ଥାଉଛି 

ଆଉ ମୁଁ ସେଇ ମୂହୁର୍ତ୍ତକୁ ଦେଖିବା ପାଇଁ 

ଏଇ ଦୁଃଖ ଭରା ପ୍ରତି ମୂହୁର୍ତ୍ତକୁ

ମୌନତାରେ ବିତେଇ ଦେଉଛି ।


କିନ୍ତୁ ମନେ ରଖ

ଯେବେ ମୁ ସମୟ ଆସିବ

ତମ ପ୍ରଶ୍ନ ସବୁର ଉତ୍ତର ସମୟ ତମକୁ ଦେବ

ଆଉ ସେବେ ତମ ହୃଦୟ ଏତେ ମାତ୍ରାରେ 

ଛାତିଫଟା ଦୁଃଖକୁ ସହ୍ୟ କରିବାବେଳେ

ନ ଫାଟି ମଧ୍ୟ ଫାଟିଯାଉଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama