STORYMIRROR

suchismita Panda

Romance Tragedy Fantasy

3  

suchismita Panda

Romance Tragedy Fantasy

ଚିରବିଦାୟ

ଚିରବିଦାୟ

1 min
153

ରଙ୍ଗ ବଦଳଉଥିବା ମୌସୁମୀ ଯେବେ 

ଅଚାନକ ରଙ୍ଗ ବଦଳେଇ ଚାଲୁଥାଏ ଥରକୁ ଥର

ମନେ ପଡେ ତମ କଥା

ମନେ ପଡେ ପ୍ରେମ ସ୍ମୃତି 

କେତେ ଥିଲ ତୁମେ ନିଜର 

କେତେ ହେଲେ ମୁଁ ଯେ ପର ।


ସବୁକିଛି ମନେ ପଡେ 

ମୌସୁମୀର ହଲଚଲ ଭିତରେ 

କିନ୍ତୁ କାହିଁକି ମନେ ପଡେ ଜାଣି ହୁଏନା

ତମେ ଯେବେ ମୋର ନଥିଲ,

ମୋତେ କେବେ ହୃଦୟ ହିଁ ଦେଇ ନଥିଲ

ତେବେ କାହିଁ ଏ ମନ ବାଟ ଭୁଲି ପହଞ୍ଚିଯାଏ

ତମ ସେଇ ମିଛ ପ୍ରେମ ଛିଟାର ଅଗଣାରେ 

କେବେ ବୁଝିପାରେନା ।


ଅନେକ ଚେଷ୍ଟା କରେ ବୁଝିବାକୁ 

ତଥାପି ସବୁକିଛି ଅଳନ୍ଧୁ ପରି ଜାଳ ହୋଇ ରହିଯାଏ

ଯାହା ଭିତରେ ଫସିଯାଇ ଆଉ ମୁକୁଳିବାର ବାଟ ନପାଏ

ବେଶ କଷ୍ଟ ହୁଏ 

ବହୁତ ଛଟପଟ ମଧ୍ୟ ହୋଇ ଶେଷରେ

ଅଙ୍କା ବଙ୍କା ସରୁ ପଥେ ମୁକୁଳିଆସେ 

ସତ୍ୟର ଦ୍ବାର ଆଗକୁ ।


ସତ କହେ ତୁମେ ଥିଲ ମିଛ

ମିଛ ଥିଲା ପ୍ରେମ

ମିଛ ଥିଲା ସ୍ବପ୍ନ 

ମିଛ ଥିଲା ପ୍ରତି କଥା

ମିଛ ଥିଲା ସବୁ ହାତଲେଖା

ମିଛ ମିଛକା ବାଲିଘରେ 

ତମେ ଥିଲ ରାଜା ସଜେଇ ମୋତେ ରାଣୀ 

ତମେ କରୁଥିଲ ଛଳନା ମୋତେ କରି ତୁମ ଖେଳଣା ।


ସବୁ ମିଛ ତ ସତ ହେଲା

ତମ ପ୍ରେମକୁ ମୁଁ ଫେରସ୍ତ କଲି 

ଚିରବିଦୟର ଉପହାରଟିଏ ଦେଇ

ତଥାପି କାହିଁକି ଏମିତି ରଙ୍ଗ ବଦଳଉଥିବା ମୌସୁମୀକୁ ଦେଖିଲେ

ମନେ ପଡେ ତମେ 

ମୁଁ କିଛି ବୁଝି ପାରେନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance