STORYMIRROR

suchismita Panda

Tragedy Classics Inspirational

4  

suchismita Panda

Tragedy Classics Inspirational

ହାରିଯାଇଥିବା ମଣିଷ

ହାରିଯାଇଥିବା ମଣିଷ

1 min
366

ନିଜ ଶରୀରର ଅଳ୍ପ ଅଳ୍ପ ଶକ୍ତିକୁ ଏକତ୍ରିତ କରି 

ଦିନେ ବାନ୍ଧିଥିଲି ଅନେକ ସଂପର୍କର ଡୋରିକୁ 

କେତେ ହସ ନିଜେ ହସିବା ଭୁଲି

କେତେ ମୂହୁର୍ତ୍ତ ନିଜେ ବଂଚିବା ଛାଡି

ଅଳ୍ପ ବୟସରେ ପରିବାରର ବୋଝକୁ ଉଠାଇ 

ମୁଁ ଗଢିଥିଲି ସୁନେଲି ସଂସାରକୁ ।


ଆୟୁଷର ଆଲମାରୀରୁ ବୟସ ଯେବେ

ଧୀରେ ଧୀରେ କମି ଆସିଲା

ବିନା ଚଷମା ପିନ୍ଧା ଆଖି ଚଷମା ପିନ୍ଧିବାକୁ ଲାଗିଲା

ସେବେ;ସୁନେଲି ସଂସାରର ରୂପେଲୀ ଚିତ୍ରକୁ ଦେଖିଲା

ଯାହା ପାଇଁ ଦିନେ ତ୍ୟାଗ କରି ପାଇଥିଲି ଖୁସି

ଆଜି ସେମାନେ ହିଁ ଲେଖିଲେ ଦୁଃଖ ରାଶି ରାଶି । 


ଶକ୍ତ ବୟସରେ ଯେଉଁ ସଂପର୍କ ବିଶ୍ବାସ ଜନ୍ମାଇ ଥିଲା

ଅଣ୍ଟା ଭାଙ୍ଗିଗଲା ପରେ ମଧ୍ୟ ସଳଖି ଧରିବ ବୋଲି 

ଆଜି ସେଇ ବିଶ୍ବାସରେ ବିଷ ଦେଇ ଚାଲିଗଲା

ମୋତେ ମୁର୍ମୂଷୁ ଅବସ୍ଥାରେ ପର କରିଦେଇ

ସଂପର୍କର ଲୁହରେ ସେ ନିଜେ ଓଦା ନହୋଇ

ନିଜ ଭିତରର ନିଷ୍ଠୁରତା ଦେଖାଇଦେଲା ।


ମୁଁ ଏବେ ଅକର୍ମଣ୍ୟ ମଣିଷଟିଏ

ଗଢି ପାରୁନି ନିଜ ହାତେ ଆଉ ଆଗ ପରି କିଛି

ସଜାଇ ପାରୁନି ପୁରୁଣା ସୁନେଲି ସଂପର୍କକୁ

କି ରଙ୍ଗ ମଧ୍ୟ ଭରିପାରୁନି

ପିଲାଙ୍କ ନୂତନ ଅଧାଗଢା ଜୀବନରେ

କେବଳ ପରଖି ଚାଲିଛି

ଅତୀତ ଏବଂ ଭବିଷ୍ୟତ ଭିତରେ ବର୍ତ୍ତମାନକୁ

ଉପହାସ କରୁଛି

ନିଜ ହାତେ ଗଢିଥିବା ସଂପର୍କକୁ ।


ଗୋଟେ ମାଆଟିଏ ପରି ଝରାଇ ପାରେନା 

ନିଜ ବୁକୁଫଟା ଦୁଃଖର ବୋଝକୁ ଲୁହରେ

ବାଧ୍ୟ ହୋଇ ଦେଖୁଥାଏ କେବଳ

ନିଜ ସନ୍ତାନଙ୍କ କୋମଳ ଆଖିରେ

ଅସୀମିତ ପୀଡାକୁ, ମୂହୁର୍ତ୍ତ ମୂହୁର୍ତ୍ତର ଜ୍ବଳନକୁ

ହାତ ଗୋଡ ବନ୍ଧା ମୋର, ମୁଁ କିଛି କରିପାରେନା

ମୁଁ ତ ସାମର୍ଥ୍ୟହୀନ ବାପାଟିଏ 

ପିଲାଙ୍କ ଜୀବନକୁ ପୂର୍ଣ୍ଣ କରିପାରେନା ।


ଲୁଚି ଲୁଚି ଦୁଃଖ କରେ

ଯେବେ ଚମକହୀନ ସଂପର୍କକୁ ଦେଖେ

ମନ ଭରି ଲୁହକୁ ଆଖିରେ ପିଏ

ଯେବେ ସଂପର୍କ ଭିତରେ ସ୍ବାର୍ଥ ଦେଖେ

କୋଳାହଳ ଭିତରେ ମିଥ୍ୟା ହସଟିଏ ହସି

ମୁଁ ଦେଖେ ସଂସାରର ଚକ୍ରଭ୍ୟୁୟରେ ପଡି 

ସଂପର୍କର ସେଇ ଶେଷ ଉତ୍ତରଟି ଖୋଜୁଛି ଯାହା 

ଶେଷ ପ୍ରଶ୍ନ ହୋଇ ସମସ୍ତ ସଂପର୍କକୁ ଗ୍ରାସିଛି

ପ୍ରକୃତରେ ଘନ ଅନ୍ଧକାରମୟ ଜାଲରେ ଛନ୍ଦି ହୋଇ 

ମୁଁ ସଂପର୍କ ଚିହ୍ନଟେ ହାରିଯାଇଛି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy