STORYMIRROR

suchismita Panda

Classics Fantasy Inspirational

4  

suchismita Panda

Classics Fantasy Inspirational

ଲଣ୍ଠନ

ଲଣ୍ଠନ

1 min
211

ଘଞ୍ଚ କଳା ଅନ୍ଧାରକୁ ସାହା ଥିଲା କେବଳ 

ମିଟି ମିଟି ହୋଇ ଜଳୁଥିବା ଛୋଟିଆ ଲଣ୍ଠନଟିଏ

ଯାହାର କାଚରେ ପଡିଥିଲା କଳାର ପରଦା

ତେଲ ମଧ୍ୟ ସରି ସରି ଆସୁଥିଲା ପରି 

ସଳିତାର ତେଜ ସାମାନ୍ୟ ଥାଏ

ଆଉ ସେଇ ଅଳ୍ପ ଆଲୋକରେ 

ସଂପୂର୍ଣ୍ଣ ପରିବାରର ଉଜ୍ବଳ ଭବିଷ୍ୟ ଭାଜିହେଉଥାଏ ।


ମୁଠାଏ ଖାଦ୍ୟ ପାଇଁ ନିତିଦିନ ସେମାନଙ୍କୁ

ତତଲା ଖରାର ପେଟ ତଳେ ପଡି ରହି ଯାହା ମିଳେ

ସେଥିରେ ଦିନଟିଏ ବିତିଯାଉଥାଏ ଗୋଟେ ପ୍ରକାରେ

ହେଲେ ଭାଗ୍ୟକୁ ସେତକ ମଧ୍ୟ ଛଡେଇ ନେବାର ଥିଲା 

କେବେ ଜାଣିନଥିବା କି ଶୁଣି ନଥିବା 

ରୋଗର ଶୀକାର ହେବାକୁ ପଡିଲା ।


କଣ ଥିଲା ଏଇ ଗରିବ ଘରେ ଯେ, ସେ 

ଔଷଧ କରିବ ଡାକ୍ତର ପାଖକୁ ଯାଇ କଷ୍ଟ ବଖାଣିବ

କିଛି ତ ସେମିତି ନଥିଲା ଖଣ୍ଡେ ଛାତକୁ ଛାଡି 

ତେବେ କଣ ଦଇବର କଷଣ ଆଗେ ହାରି

ପାଲଟିଯିବ ଯାଯାବର !


ଯାହା ସେଇ ବିଧାତାଙ୍କ ଇଚ୍ଛା ଥିଲା 

ତାହା ହିଁ ହେଲା 

ଗରିବର କପାଳରେ ଲୁହର ଭଣ୍ଡାର ହିଁ ଲେଖାଥିଲା

ରୋଗୀର ରୋଗ ଆଗେ ସବୁ ଖର୍ଚ୍ଚ ଢାଳିଦେଇ

ଘରେ ଜଳୁଥିବା ମୁଠାଏ ଅନ୍ନ ପାଇଁ ଚୁଲି ମଧ୍ୟ 

ଦିନକୁ ଦିନ କମିଆସିଲା,

ଲଣ୍ଠନ ସଳିତାରେ ସତେ ଯେପରି ଆଉ 

ବଳ ହିଁ ନଥିଲା, ସେ ଲିଭି ଲିଭି ଯାଉଥିଲା ।


ଭକ୍ତଟିଏ ହୋଇ ଭକ୍ତିରେ ମଜ୍ଜି ରହି

ସବୁ ଲୁହକୁ ଶକ୍ତିର ଔଷଧ ମାନି

ଅନ୍ଧାରୀ ଘର ଦିନେ ଆଲୋକିତ ହେବ ଭାବି

ସେଇ ଦଇବ ହାତେ ନିଜକୁ ସମର୍ପି ଦେଇଥିଲା 

କେବେ ପଚାରି ନଥିଲା ଇଷ୍ଟଦେବତାଙ୍କୁ

ସେ ଏତେ ବିଡମ୍ବିତ କପାଳ ଲେଖିଲେ କାଇଁ !


ବୋଧେ ଏହାହିଁ ଥିଲା ଭକ୍ତର ପରୀକ୍ଷା 

ତାର ମୌନ ଏବଂ ଅବିରତ ଭକ୍ତିରେ 

ଜିଣି ପାରିଲା ଦିନେ ଦୁଃଖକୁ

ଲିଭି ଆସୁଥିବା ଲଣ୍ଠନ ତେଜି

ଲୁହ ଯେତେ ହେଲେ ବି ସେ ଶିଖିଲା ହସିବା

ଅନ୍ଧାର ଘରେ ଆଲୋକ ସଜେଇ ସେ ସାମାନ୍ୟ ଜୀବନ ବଂଚିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics