STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପାର୍ବଣରେ ହେଉ ଦୋଷ ନାଶ

ପାର୍ବଣରେ ହେଉ ଦୋଷ ନାଶ

2 mins
258


ହେ ଦେବୀ, ନିବେଦନ ହୃଦୟରୁ କରୁଛୁ ଅର୍ପଣ

ଏହି ପାର୍ବଣରେ ଏ ଧରାକୁ ହେଉ ଆଗମନ

ବିଜୟା ଦଶମୀରେ ଦଶ ଦୋଷ କର ନିବାରଣ

ଶାନ୍ତି ମୈତ୍ରୀ ପ୍ରେମ ରଜ୍ଜୁରେ ଛନ୍ଦ ଏ ଭୁବନ।


ଅହଙ୍କାର ଭରି ଅଛି ଏଇ ସମାଜରେ

ଅହଂ ଭାବ ଆଜିକାଲି ସଭିଙ୍କ ମନରେ

ନିଜକୁ ନିଜେ ବଡ ବୋଲି ମନେ ମନେ ଗର୍ବ

ନିଜ ଜିଦ୍ ରେ ଅଟଳ ନାହିଁ ଅନ୍ୟ ପ୍ରତି ପ୍ରେମ ଭାବ

ହରଣ କରି ଦିଅ ମା ଏହି ଅହଂ ଭାବନା

ପରଷ୍ପର ପ୍ରତି ରହୁ ପ୍ରେମ ଓ ସମବେଦନା।


ନିଷ୍ଟୁର ହୃଦୟ ,ସମାଜର କୋଣେ ଅନୁକୋଣେ

ନିରୀହ ଜୀବ ଜନ୍ତୁଙ୍କ ପ୍ରାଣ ହାନୀ ହୁଏ ପ୍ରତି କ୍ଷଣେ

ଜୀବେ ଦୟା ମନୋଭାବ ଲୁପ୍ତ ହୋଇଅଛି

ଶ୍ରେଷ୍ଠ ଜୀବ ମଣିଷ ସବୁ ଜୀବ ଜନ୍ତୁ ଭକ୍ଷଣ କରୁଛି

କୃପାକରି ନାଶ କର ଏହି ନିଷ୍ଠୁରତା ମନୋଭାବ

ଲୋପ ପାଉ,ସମାଜରେ ଜୀବ ହତ୍ୟା ମନୋଭାବ।


ଅନ୍ୟାୟ ,ଆଜିକାଲି ଚରମ ସୀମାରେ

ଜୋର୍ ଯାର ମୁଲକ ଚାଲିଛି ପ୍ରତ୍ୟେକ କ୍ଷେତ୍ରରେ

ସତ୍ୟ ଧର୍ମ ର ସଂଜ୍ଞା ଲୋପ ପାଇଛି

ମିଛ ର ରାଜୁତି ଚାରିଆଡେ ବ୍ୟାପି ଅଛି

ଏ ଅନ୍ୟାୟ ରାଜୁତି ହେଉ ଅବସାନ

କୃପା କରି ପାପୀ ମାନଙ୍କୁ କରନ୍ତୁ ନିଧନ।


କାମନା ବାସନାରେ ଜର୍ଜରିତ ମାନବ ସମାଜ

ମା ଝିଅ ବୋହୂ ନିର୍ଯାତନାର ଶିକାର ହୁଏ ଆଜ

ଧର୍ଷଣ ଘର୍ଷଣ ହେଉଛି ପ୍ରତି ମୁହୂର୍ତ୍ତରେ

ନିରୀହ ଜୀବନ ଶେଷ ହେଉଛି ପାପୀ କବଳରେ

କାମନା ବାସନାର ମନୋଭାବ ଦୂର ହେଉ

କୃପା କରି କଳିକାଳ ରାବଣ ଙ୍କୁ ନିପାତ କରାଯାଉ


କ୍ରୋଧ ନିଆଁରେ ଜଳୁଛି ସମାଜ

ଟିକିଏ କଥାରେ ହତ୍ୟା ପାଇଁ ଚାଲେ ସଜବାଜ

ବୁଝିବାର ଶକ୍ତି ମଣିଷ ହରାଇ ବସିଛି

ନିଶା ସେବନ କରି ହିତାହିତ ଜ୍ଞାନ ଭୁଲୁଅଛି

ମାଦକ ଦ୍ରବ୍ୟ ସେବନ ବଢ଼ାଉଛି କ୍ରୋଧ

କୃପାକରି ଏ ନିଶାଡ଼ି ଙ୍କୁ କର ବୋଧ ଅବା ବଧ।


ଲୋଭ ଆଜି ଘେରି ଅଛି ପ୍ରତ୍ୟେକ ମନରେ

ରାତା-ରାତି ଧନୀ ହେବା ଚିନ୍ତା,ବିନା ପରିଶ୍ରମ ରେ

କଳାଧନ ହେଉ ଅବା ଅନୀତି କାମରେ

ଲିପ୍ତ ରହି ଏ ମଣିଷ ଲୋଭର ଛାୟାରେ

କୃପା ଦୃଷ୍ଟି ରଖି , ଏ ଲୋଭ କୁ ଦିଅ ମା ହଟେଇ

ଲୋଭୀ ମଣିଷ ଙ୍କୁ ଥରେ ଦିଅ ମା ଚେତେଇ।


ଗର୍ବରେ ଛାତି ଫୁଲେଇ ଏ ଯୁବ ସମାଜ

ଗୁରୁଜନ ମାନଙ୍କୁ ହେୟ ଜ୍ଞାନ ଆଜ

ଉଚ୍ଚ ପଦବୀରେ ଥାଇ ବି ମନରେ ଗର୍ବ ଭାବନା

ହିନ ଦୃଷ୍ଟିରେ ଦେଖୁଛନ୍ତି ହୋଇ ଗର୍ବୀ ମନା

ଗର୍ବ-ନାଶିନୀ ମା ସେଇ ଗର୍ବ ଖର୍ବ କର

ତୋର ପାଦ ପଦ୍ମେ ମନ ରହୁ ନିରନ୍ତର।


ଈର୍ଷା ହିଂସା ରେ ଆତଯାତ ଏ ମଣିଷ

ଅନ୍ୟର ଉନ୍ନତି ଦେଖି ମନ ମନେ ଈର୍ଷା ଚାଷ

ପରିଣତି ଭୟଙ୍କର ସେ ହିଂସା ଈର୍ଷା ର

ନିଜର ହିଁ କ୍ଷତି ହେଉଛି ହିଂସା ପ୍ରଭାବ ର

ତୋ ପାଦ ତଳେ କରୁଛୁ ଦୟିନୀ

ମଣିଷ ମନରେ ହିଂସା ଈର୍ଷା ଦୂର କର ଏହି କ୍ଷଣି।


ମୋହ ମାୟାରେ ପୀଡ଼ିତ ଏ ଜନ ସମାଜ

ପାର୍ଥିବ ଓ ଭୌତିକ ବସ୍ତୁ ରେ ମୋହ ସର୍ବେ ଆଜ

ଜ୍ଞାନ ଚକ୍ଷୁ ଖୋଲି ବାକୁ ସାହା ହୁଅ ମାଆ

ମୋହ ଫେଡି ହୃଦୟରେ ବହୁ ଆଧ୍ୟାତ୍ମିକ ବାଆ।


ସ୍ବାର୍ଥ ଓ ସ୍ୱାର୍ଥପରତା ଘରେ ଓ ବାହାରେ

ନିଜ କଥା ଚିନ୍ତା ,ନିଜର ସୁବିଧା ,ନିଜ ପରିବାର

ସବୁ କଥା ଓ କାମରେ ମୋର ମୋର

ମୋର ସବୁ କହି କହି ,ହେଉଅଛି ଛାରଖାର

ହାତ ଯୋଡ଼ି ନିବେଦନ,ଆଶିଷ କର ମା ପ୍ରଦାନ

ଦାରିଦ୍ର୍ୟ ସେବା ପାଇଁ ବ୍ୟସ୍ତ ରହୁ ଏ ଜୀବନ ।


ମା ଅଭୟ ଦାୟିନୀ,ଦୁର୍ଗତି ନାଶିନୀ

ଦଶ ଦୋଷ ନାଶ ପାଇଁ କରୁଛୁ ଦୟିନୀ

ପଥ ହୁଡ଼ି ଏ ସଂସାର ମାୟାରେ ମୋହିତ

ତୁମ କୃପା ଲଭି,ମଣିଷ ସମାଜ ହେଉ ପାପ ମୁକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract