ବିଭୂଷିତ ପରିଚୟ
ବିଭୂଷିତ ପରିଚୟ


ଦୀପକ ପୂର୍ଣ୍ଣଚନ୍ଦ୍ର ସୂର୍ଯ୍ୟଙ୍କର ଆଭରଣ ହେଲେ କିରଣ,
ନିଷ୍କପଟ ସ୍ମିତହାସ ହେଉଛି ପ୍ରଫୁଲ୍ଲ ବଦନର ବିଭୂଷଣ,
ସଦ୍ଗୁଣସମ୍ପନ୍ନ ଚିନ୍ତାଧାରା କରନ୍ତି ମାନସର ଅଳଙ୍କରଣ,
ଧାରାପ୍ରବାହ କଥୋପକଥନ ଯେ ବାକ୍ଶକ୍ତିର ଆଭୂଷଣ |୧|
ବିଶିଷ୍ଟ ବ୍ୟକ୍ତି ଯେବେ ଉକ୍ତ ସ୍ଥିତିରେ କରନ୍ତି ସମୁଚିତ ସାହାଯ୍ୟ,
ତେବେ ସଭ୍ୟ ସମାଜ ହେତୁ ହୁଅନ୍ତି ଅସୀମିତ ବିଶ୍ୱାସଯୋଗ୍ୟ,
ସମତା ମମତା ସଦ୍ଭାବନା ସଦାଚାର ଦ୍ୱାରା ହୁଅନ୍ତି ବହୁମୂଲ୍ୟ,
ସର୍ବଜନଙ୍କ ଉତ୍ଥାନ ଉନ୍ନତିର ଚେଷ୍ଟା ଦ୍ୱାରା ହୁଅନ୍ତି ଲୋକମାନ୍ୟ |୨|
ପ୍ରତ୍ୟେକ ମନୀଷୀ ଭିତରେ ଅଛି ଏକକ ବିଶେଷ ବିଭୂଷିତ ପରିଚୟ,
ପଥପ୍ରଦର୍ଶକଙ୍କର ଦ୍ୱାରା ହୁଏ ସର୍ବଗୁଣସମ୍ପନ୍ନ ବିବେଚନାର ବିନିମୟ,
ଜନସମୂହରେ ହୁଏ ଏକ ଅଭିନବ ପ୍ରଭାବଶାଳୀ ନେତୃତ୍ୱର ନବୋଦୟ,
ନିଜ ମହତ ଶାଳୀନ ହୃଦୟଗ୍ରାହୀ ବ୍ୟକ୍ତିତ୍ୱ ଦ୍ୱାରା ସଦା ରୁହନ୍ତି ନମନୀୟ |୩|