ମଲା ଜହ୍ନ
ମଲା ଜହ୍ନ
ବେଙ୍ଗ କହେ ବେଙ୍ଗୁଲି ଲୋ
ପୃଥ୍ବୀ କ୍ଷଣ କ୍ଷଣ କେ ଆନ,
ଆଜି ଯିଏ ପୂର୍ଣ୍ଣମୀ ର ଇନ୍ଦୁ
କାଲି ସିଏ ମଲା ଜହ୍ନ ।
ପୂର୍ଣ୍ଣମୀ ର ଇନ୍ଦୁ ଖେଳେ
ଗଗନ ର ଅଗଣାରେ,
ନାଚି ନାଚି ଖେଳୁଥାଏ
ଜାହ୍ନବୀ ର ଜଳଧାରେ ।
ସମୟର ଅନ୍ତରାଳେ
ଇନ୍ଦୁ ହୋଇ ପରିପୂର୍ଣ୍ଣ,
ଆକାଶରେ ତରାମେଲେ
ଦିଶେ ଶୋଭାବନ ।
ଆଜି ସେ ଯେ
ରାଜା ଅଟେ ନଭ ମଣ୍ଡଳର,
କାଲି ସ୍ବପ୍ନ ଭଙ୍ଗ ହେବ
ତାର ସୁନେଲି ରାଜ୍ୟର ।
ଦିନ ପରେ ଦିନ
ଅଙ୍ଗ ଦିଶେ ତା ମଳିନ,
ତଥାପି ସେ ଜଗତକୁ
ବାଣ୍ଟିଚାଲେ ତାର ଶୀତଳ କିରଣ ।
ବାଣ୍ଟି ବାଣ୍ଟି ସାରିଆସେ
ଜୀବନର କ୍ଷଣ,
ଅମା ଅନ୍ଧକାରେ ରୂପ ତାର
ହୁଏ ଯେ ବିଲୀନ ।
ଜଗତକୁ ଦେଇଥାଏ
ବାର୍ତ୍ତା ମହିୟାନ,
ଏ ଜୀବନ କ୍ଷଣସ୍ଥାୟୀ
ମାୟା ରଜ୍ଜୁର ବନ୍ଧନ ।
ଜଗତକୁ ଭଲପାଇ
ନିଜକୁ କର ସମର୍ପଣ,
ସଭିଙ୍କ ଜୀବନେ ଫେରିବ
ପୁଣି ସେଇ ପୂର୍ଣ୍ଣମୀ ର ଜହ୍ନ ।
