STORYMIRROR

Madhulita Nayak

Tragedy

5.0  

Madhulita Nayak

Tragedy

ଅଭୁଲାଦିନ

ଅଭୁଲାଦିନ

1 min
199

ଆଜି କାହିଁ ଭାରି ମନେପଡେ

ଜୀବନର ସେହି ଅଭୁଲାଦିନ,

ଇଛା ହୁଏ ପୁଣି ଫେରିଯିବି

ସେହି ବିତିଥିବା ସମୟ ଆଡେ

ଟିକେ ବୁଲିଆସିବି

ସେଥିପାଇଁ ଆନମନା ଆଜି ମନ...


ଚାଟଶାଳୀ ଯିବାବେଳେ

ସାଙ୍ଗସାଥି ମେଳେ 

କୁମ୍ଭୀରପାଣି,ବୋହୁଚୋରି

ଆଉ ଲୁଚକାଳି ଖେଳ,

ଚୋରହେବା ପାଳି ହେଲେ

କେତେ ରାଗରୁଷା,ଅଭିମାନ,

ମନେ ପଡେ ସେହି ଦିନ...


ସାଙ୍ଗ ମେଳେ କଥା କୁହା କୁହି

ଖରାବେଳେ ଯିବା 

ଆମ୍ବ ଆଣିବା,

ପୁଣି ବୋଉର ସେ ଆକଟ

କୁଆଡେ ଯିବୁନି ଧନ,

ଗଛରେ ଅଛି ଖଣ୍ଡିଆଭୂତ

ଚଗଲାମୀ କଲେ ଆସି

ଭିଡ଼ିନେଇଯିବ ତୋତେ ଧରି ତୋର ହାତ,

ବୋଉ କଥାଶୁଣି ଭୀତତ୍ରସ୍ତ ହୁଏ ମନ,

ମନେ ପଡେ ସେହି ଦିନ...


ବୋଉ ଆଜି ନାହିଁ,ନାହାନ୍ତି ବାପା

ଆଉ ନାହିଁ ତାଙ୍କ କଟକଣା

ସେଥିପାଇଁ ବୋଧେ ସଂସାର ଭିତରେ

ହୋଇଛି ମୁଁ ବାଟବଣା,

ବିତିଯାଏ ରାତି,ଯାଏ ବିତି ଦିନ

କିନ୍ତୁ ବୁଝେନାହିଁ ପ୍ରାଣ

ଭାରି ମନେ ପଡେ ସେହି ଦିନ....।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy