ଏଇତ ଦୁନିଆ
ଏଇତ ଦୁନିଆ
ରାତିର ଅନ୍ଧକାର ମୟ
ଆକାଶ ରୁପି ଛାତ ତଳେ
ଅସହାୟ ଏ ଜୀବନ l
କାକର ଟୋପାର ବର୍ଷାରେ
ଛିଣ୍ଡା କମ୍ବଳର ଉହାଡରେ
ଭାଙ୍ଗିଯାଏ କେତେ ସପନ ।
ଲଣ୍ଡା ପାହାଡ ରେ
ଥୁଣ୍ଟା ବରଗଛ
ଅନ୍ତରରେ ହା ହା କାର l
ଶୁଖିଲା ପତ୍ରର
ଖଡ୍ ଖାଡ ଶବଦେ
ଲୁଚେ ଭୋକିଲା ପେଟ ଚିତ୍କାର।
ଚର୍ମ ତଳେ କାହିଁ
ଢାଙ୍କି ରହିଅଛି
ନର କଙ୍କାଳର ଶରୀର l
ପାଣିଚିଆ ଆଖି
ପଡ଼ିଯାଏ ପତା
ସୁଖିଯାଇ ଲୁହର ଧାର।
ସମ୍ପର୍କର ସେତୁ
ଛଳନା ସୂତାରେ
ଗୁଁଥିବାକୁ ମନ ବିକଳ l
ନର ରାକ୍ଷସ ର
ବିକଟାଳ ହାସେ
ବିଦିର୍ଣ୍ଣ ଶିଶୁ ଏ କଂଳ।
ଏଇତ ଦୁନିଆ
ନାଟ ରଙ୍ଗ ମଞ୍ଚ
ଅଭିନୟେ ସର୍ବେ ନିମଗ୍ନ l
କେହି ବୁଝେ ନାହିଁ
ବେଦନା କାହାର
ରଙ୍ଗେ ରଙ୍ଗାୟିତ ନୟନ ।