ଛଳନା
ଛଳନା
ଅଭିଶପ୍ତ ଅହଲ୍ୟା ଥିଲି ମୁଁ
ତୁମ ଆଗ ମନେ ପଲ୍ଲବୀତ ହେଲା
ଦେହ ପ୍ରାଣ ମୋର ।
ଅବ୍ୟକ୍ତ ଅନ୍ତର୍ବେଦନାରେ ବିଦିର୍ଣ୍ଣ ଥିଲା
ଅନ୍ତର ମୋହର
ଓଠ ଧାରେ ଭାରିଦେଲ,
ମୁକୁତା ର ଧାର ।
ମିଠା ମିଠା ସପନର ଦରିଆରେ
ଭାସୁଥିବା ବେଳେ ,
ଛଳନା ର ଇନ୍ଦ୍ରଧନୁ ଅଙ୍କିଦେଲ
ମନ ଆକାଶରେ ।
ଭଲପାଇବା ର ମିଛ ଦ୍ୱାହି ଦେଇ
ଖେଳିଗଲ ଜୀବନ କୁ ନେଇ,
ସ୍ବାର୍ଥ ଅନ୍ଧେ ମତ୍ତ ହୋଇ ଛାଡ଼ିଗଲ
ଅନ୍ଧକାରେ ମୋତେ ଠେଲିଦେଇ।
ତୁମ ନୟନର ଗବାକ୍ଷ ରେ
ତୋଳି ଥିଲି ଘର,
ଭାଙ୍ଗିଦେଲ ପଦାଘାତେ
ମୋର ଛୋଟ ବାଲିଘର ।
ତଥାପି ଏ ହୃଦୟେ,
ଥିବ ସ୍ନେହ ,ଭଲପାଇବା ର
ଜିଇଁ ଥିବା ଯାଏ ମୁଁ ଥିବି ତୁମର
ଖାଲି ଯେ ତୁମର ।