STORYMIRROR

Madhulita Nayak

Abstract

3  

Madhulita Nayak

Abstract

କିଛି ଶେଷ କଥା

କିଛି ଶେଷ କଥା

1 min
657

ସମୟର ସ୍ରୋତଶ୍ଵିନି ଜଳ ଧାରା

ଅବିରତ ବହିଯାଏ

ଧରା ପୃଷ୍ଠେ ,

ସବୁଜ ରଙ୍ଗରେ ପଲ୍ଲବୀତ କରି

ଆଙ୍କିଦିଏ ସ୍ମିତ ହାସ୍ୟ

ଶୁଷ୍କ ତୃଣ ଓଷ୍ଠେ ।


କଅଁଲିଆ ଦୁବଘାସ 

ନାଚି ନାଚି ଧାରା ବୁକେ,

ପବନର ସୁରେ ସୁରେ

ଗାଇ ଗୀତ ପୁଲ କିତେ ,

ନିଦାଘକୁ ଦିଏ ଆଖି ଠାର

ଅଟହାସ୍ୟ କରି କୁହେ

ଫେରିଯାରେ କରାଳ କାଳିମା,

ଛାଡ଼ିଦେଇ ସ୍ଵର୍ଣ୍ଣ ଘର ମୋର ।


ଆଖି ତରାଟି ତାଶ୍ଚଲ୍ୟ ହସେ 

ଚାହିଁଲା ସୁରୁଜ,

ତୁନି ତୁନି କହିଲା 

ସୁଣିଯା ରେ ତୁହି ଦୁବଘାସ,

ଆଜି ସିନା ହସୁଅଛୁ 

ଗର୍ବେ ହୋଇଅଛୁ ମତ୍ତ।


ସର୍ବେ ଶୁଣ ଶେଷ କଥା ମୋର

ଆଜ ଦିବସ ଟି ନୁହେଁ ସିନା 

ମୋ ପାଇଁ ଅନୁକୂଳ,

କାଲି ପୁଣି ଫେରିବା ସେ 

ମୋ କାନ୍ଧେ ହାତ ରଖିତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract