STORYMIRROR

Madhulita Nayak

Tragedy Fantasy

4  

Madhulita Nayak

Tragedy Fantasy

ବୋଉ

ବୋଉ

1 min
225

ବୋଉ ଲୋ,

ଛାଡି ଚାଲିଗଲୁ ମୋତେ

କାହିଁ କେତେ ଦୂର,

ଭାବିଲୁକି ଆବଶ୍ୟକ ନାହିଁ ମୋର

ଆଉ ତୋ ହାତ ଧରି ବାଟ ଚାଲିବାର l


ନାଇଁ ଲୋ ବୋଉ,

ଭାବନାଟା ଭୁଲ ତୋର

ବୟସ ବଢିଛି, ଶରୀର ବୃଦ୍ଧି ପାଇଛି

କିନ୍ତୁ ବଡ ହୋଇନି ମୋ ମନ

ଆଜିବି ସେ ଖୋଜେ ତୋ କୋଳ ର ଉଷୁମ,

ସେହି ସ୍ନେହ ବୋଳା ଡାକ,

ଆଉ ଇଚ୍ଛାହୁଏ ତୋ ପାଦ ପରେ ପାଦ ରଖି,

ଚାଲିବାକୁ ବହୁବାଟ ସବୁକିଛି କରି ପର l


ହଁ ଲୋ ବୋଉ,

ପିଲାଦିନ ମନେପଡେ

ମନେ ପଡୁ ତୁ

ଦୁଷ୍ଟ ହେଲେ କଲେ ଚଗଲାମୀ

ପାଞ୍ଚନଟେ ଧରି ଗୋଡାଉ

ଦଉଡି ଦଉଡି ତଳେ

ପଡିଗଲେ ମୁହିଁ,

କୋଳେ ଧରି ଧୂଳି ପୋଛି

ନିରବେ ଆଖିରୁ ଲୁହ ଗଡାଉ l


ଆ ଲୋ ବୋଉ,

ଫେରି ଆ ପୁଣି ସେହି

ତୋ ହାତ ଗଢ଼ା ମନ୍ଦିରକୁ

ସଜେଇ ଦେ ଘର ତୋର

ହସ ଖୁସି ଆନନ୍ଦରେ ଗୁଞ୍ଜରୀ ଉଠୁ

ତୋର ସୁମଧୁର ବାଣୀ,

ଇଟା ସିମେଣ୍ଟ ର ଏହି କଂକ୍ରିଟ କାନ୍ଥର କୋଣ ଅନୁକୋଣେ,

ଆ ଫେରି ଆ ମୋର ଏହି

ଅଲୋଡ଼ା ଜୀବନକୁ l


ଜାଣିଛି ଲୋ ବୋଉ,

ତୁ ଆଉ ଆସିବୁନି

ମୋ ଡାକ ଶୁଣିବୁନି

କିଛି କଥା କହିବୁନି

ଅବଶୋଷ ରହିଗଲା ମନେ

ମନ କଥା ମନେ ରଖି ଚାଲିଗଲୁ

ଶୁଣିବାକୁ ଶେଷକଥା କେଇପଦ

ଡେରିଥିଲି କାନ,,

ଚାହିଁଦେଇ ଆଖିବୁଜି ଦେଲୁ

ଛାଡି ଗଲୁ କରି ହୀନିମାନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy