STORYMIRROR

Dipti lekha Mishra

Tragedy Others

3  

Dipti lekha Mishra

Tragedy Others

ଚକାନୟନ-୭

ଚକାନୟନ-୭

1 min
229


କରୋନା କହେ ଐସେ କରୋ ନା

ବୈସେ କରୋ ନା

ମୁଝକୋ ଆନେ ମତ ଦେନା

ଜବ୍ ତୁମ ଈସ ସବ୍ ମାନେ ନା

ତବ ମୁଝେ ପେହେଚାନ ନା ॥


ତ୍ରାହିମାଂ ....


ଯେଉଁ ଦିନୂ ଆସିଲୁ ତୁ

ନାମଟି ନେଇ କରୋନା

ସମସ୍ତେ ହୁଅନ୍ତି ତାଟକା

ପାଦ ମାଟି ବି ଛୁଏଁନା ॥


ଠାକୁର ଠାକୁରାଣୀ ବି ଡରିଲେ

ତୁ ଆସିଗଲୁଣି ଜାଣି ରେ

ତୋତେ ଡରିକି ମୁହଁକୁ ଢାଙ୍କନ୍ତି

ଟିସୁପେପର ରୁମାଲରେ ॥


ହାତଧୂଆ ବାରମ୍ବାର କରନ୍ତି ସବୁ

ଘଣ୍ଟାକୁ ଘଣ୍ଟା ବାରମ୍ବାର

ଅଧିକା ସଚେତନ ହୁଅନ୍ତି ସଭିଏଁ

ଘରୁ ହୁଅନ୍ତିନି ବାହାର ॥


ଓଃ !କରୋନା କରୋନା କରୋନା

ଆସି କରେ ତନାଘନା

ଜୀବନ ନେବା ଦେବା ତା ଈଛ୍ଥା

ଯମ କଥା ବି ମାନେନା ॥<

/p>


ଚିତ୍ରକୂଟ ବସି ହେଲେଣି ହାଲିଆ

ପଠାଇଛନ୍ତି ସହଚର

ଯମଦ୍ବାର ଯିବା ପାଇଁ ଲୋଡାନାହିଁ

ଅନୁମତି ଆଉ କାହାର ॥


ପରୀକ୍ଷା ବାତିଲ ହେଲା ପିଲାଙ୍କର

ହେଲେଣି ସବୁ ବନ୍ଧା ଘରେ

ଅଙ୍ଗନୱାଡୀ ପିଲା ବି ଛୁଟି ପାଇଲେ

ଶୁଖା ଖାଦ୍ୟ ପାଈ ଖୁସିରେ ॥


ଖାତାଦେଖା ଠାରୁ ଦୋକାନ ବଜାର

ସବୁ ହେଲାଣି ଯେ ଠପ

ସରକାର ଖାଲି ସଚେତନ କରି

ଦେଖାନ୍ତି କରୋନା ରୂପ ॥


ଏ କି ଦିନ ପ୍ରଭୂ ଆସିଲା ଆଜ

ନେତ୍ର ବି ହେଉଛି ବୁଜି

ହାତକୂ କରନ୍ତି ପିଲା ରୁ ବୄଦ୍ଧ

ସାବୁନ ରେ ମଜି ମାଜି ॥


ଗର୍ଭବତୀ ପୁଣି ପ୍ରସୂତୀ ମାଆ

ହେଲେଣି ଭାରୀ ଛାନିଆ

ପିଲା ଭାସିଗଲେ ଦୁନିଆ ରହିବକି

କୁହ ଆହେ ଚକାଆଖିଆ ॥



Rate this content
Log in

Similar oriya poem from Tragedy