STORYMIRROR

ଅନିଲ କୁମାର ଲେଙ୍କା

Abstract Tragedy

5  

ଅନିଲ କୁମାର ଲେଙ୍କା

Abstract Tragedy

ଛଳନା- ୩

ଛଳନା- ୩

1 min
684


ମିଠା ମିଠା ସେଇ କଥା ତଳେ ତୁମ

  ଲୁଚିଥିଲା କେତେ ବିଷ,

ଜାଣିଗଲା ପରେ ତୁଟିଗଲା ମୋର

   ଗଭୀର ଆତ୍ମ ବିଶ୍ଵାସ,

   ମନେ ବଢେନି ସାହସ,

ଛଳନାର ଡାଳେ ପ୍ରତାରଣା ତୁମ

   କରୁଛି ମୋତେ ଅବଶ ।।


ମୋ ଗୀତ ସ୍ବରରେ ନାଚୁଥିଲ ତୁମେ

   ଭାବୁଥିଲି ମୋର ବୋଲି,

କରିଦେଲ ଯେବେ ସାତପର ମତେ

   ଯନ୍ତ୍ରଣାରେ ଭରି ଗଲି,

   ଏ ଭୁଲ କେମିତି କଲି,

ବେଙ୍ଗୀ ପିତ୍ତଳକୁ ଖାଣ୍ଟି ସୁନା ବୋଲି

   ମନେ ମନେ ଭାବୁଥିଲି ।।


ଅପରୁପା ଶୋଭା ଦେହେ ଧରି ତୁମେ

   ଦିନେ ପାଖେ ଆସିଥିଲ,

ଭାବିଥିଲି ମନେ ତୁମ ସାଥେ ନିଶ୍ଚେ 

    ଗଢିବି ପ୍ରୀତି ମହଲ ,

   ଏମିତି  କାହିଁକି କଲ,

ସପନ ଦେଖେଇ ଅଧା ରାସ୍ତାଟାରେ

   ମତେ ଛାଡି ଦେଇଗଲ ।।


ଭଙ୍ଗାରୁଜା ସ୍ମୃତି ସଜାଇଲ ଦିନେ

   ମତେ ତ ଆପଣା କରି,

ମିଛ କଥା କହି ଠକି ଦେଲ କିଆଁ 

   ଦୁଃଖରେ ଗଲି ମୁଁ ହାରି,

   ଭାଙ୍ଗି ଗଲି ମୁଁ ଏପରି,

ଝୁରି ଝୁରି ମୋର ଜୀବନ ଯାଉଛି

  କପଟ ପ୍ରେମେ ତୁମରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract