STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ସ୍ମୃତି-୮

ସ୍ମୃତି-୮

1 min
316


ତୁମ ସ୍ମୃତି ସହ ବଞ୍ଚିିଯାଇ ପାରେ

ସାରା ଜୀବନଟା ପାଇଁ,

ଭୁଲିଯାଅ ପଛେ ମୋ ପ୍ରେମକୁ ଆଉ

କଳଙ୍କିତ କର ନାହିଁ,

ନିଶ୍ବାର୍ଥପର ଯେ ଏହି,

ଦୂନିଆ ଦାଣ୍ଡରେ ପ୍ରେମ ଯେ କରିଛି

ପଛ ଘୁଞ୍ଚା ଦେବି କାହିଁ ।।


ସ୍ମୃତିର ସହରେ ଘରଟେ ତୋଳିଛି

ବିବେକ ପଣରେ ମୋର

ନାୟିକା ଯେ ମୋର ତୁମ ସ୍ମୃତି ସାଜି

ହୃଦୟେ କରିଛି ଘର

କେମିତି କରିବି ପର

ବଧୂ ବେଶେ ଆଜି ତୁମ ସ୍ମୃତି ଆସି

ଦିଶେ ବହୁତ ସୁନ୍ଦର ।।


ତୁମ ସ୍ମୃତି ଯେତେ ନେଇ ଗଢି ଅଛି 

ପ୍ରେମର ଏ ପ୍ରତିକଟେ,

ସିଏ ତାଜମହଲ ହୋଇ ନପାରେ 

କିନ୍ତୁ ସେ ପ୍ରତିଛବିଟେ,

ଜୀବନେ ଏମିତି ଘଟେ,

ପ୍ରେମେ ସାର୍ଥକତା ପାଇଁ ବଳୀଦାନ

ହୋଇଥାଏ ବାଟେଘାଟେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance