STORYMIRROR

Sabitri Bhoi

Romance

3  

Sabitri Bhoi

Romance

ମନେପଡେ ମନକଥା

ମନେପଡେ ମନକଥା

1 min
284

କେମିତି ଲେଖିବି ଶବ୍ଦ ପାଉନାହିଁ ,

କେମିତି କହିବି ଭାଷା ମିଳୁନାହିଁ

କେମିତି ଶୁଣିଲି ମୁଁ ତୁମ ଓଠର ସ୍ୱର

କେମିତି କେଜାଣି ସୁଯୋଗ ପାଇଥିଲି ମୁହିଁ

କେମିତି ସ୍ବପ୍ନ ରେ ଆସିଥିଲ ମୋର

କେମିତି ଭାବ ଦେଇଥିଲ

କେମିତି ଚାହାଣୀ ଭରିଥିଲ ମନେ

କେମିତି ହସ ଓଠେ ଦେଇଥିଲ

କେମିତି ପ୍ରେମ,ଆସକ୍ତି ଦେଇଥିଲ

କେମିତି ମୋର ମନ ମୋହିଥିଲ

କେମିତି କେଜାଣି ନିଜର ଲାଗିଲ

କେମିତି କେଜାଣି ଅଧିକାର ଦେଲ

କେମିତି ରୂପ ତୁମର ମୁଁ ଭାବୁଛି

କେମିତି କେଜାଣି ତୁମକୁ ଭଲ ପାଇ ବସିଛି

କେମିତି ତୁମେ ମୋ ନିଜର ହେଲ

କେମିତି ହୃଦକୁ ଛୁଇଁ ଗଲ

କେମିତି କାହିଁକି ପଡୁଛ ମନେ,

କେମିତି ମହକ ଭରୁଛ ହୃଦ ସ୍ପନ୍ଦନେ

କେମିତି ହୃଦ ଟା ହଉଛି ବ୍ୟଥିତ

କେମିତି ଲାଗୁଛି ମୋର ବାଟ ଅନେଇଛି,

କୋଉ ଅଜଣା ପଥିକ

କେମିତି କରିବି ତାକୁ ନିଜର,

କେମିତି ପାଇବି ଠିକଣା ତାର

କେମିତି ମିଳିବ ବାହୁ ବନ୍ଧନେ,

କେମିତି ସାଇତି ବି ମୁଁ ତାକୁ ସପନେ

କେମିତି ଉପସ୍ଥିତ ସେ ହୋଇବେ,

କେମିତି ସ୍ୱର ରେ ମୋତେ ଡାକିବେ

କେମିତି ଭାବନା ମୋ ପାଇଁ ଅଛି

ତାଙ୍କରି ମନେ,

କେମିତି ଥରୁଟେ ସୁଯୋଗ ଚାହୁଁଛି

ପାଇବାକୁ ମୋର ଏଇ ସପନେ

କେମିତି ଗୋଟାଏ ଶିହରଣ ଆସୁଛି,

କେମିତି କେଜାଣି ସେ ମନେ ଆସନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance