STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ପ୍ରେମରେ ଲାଗିଛି କଳଙ୍କ

ପ୍ରେମରେ ଲାଗିଛି କଳଙ୍କ

2 mins
557

    

ପ୍ରେମ ବି ପ୍ରକାର ଭେଦରେ

ବିଭାଜନ ଓ ଛେଦନ କରିବା ପ୍ରେମ

ବିସ୍ତାର ଓ ସଂଯୋଗ କରିବା ପ୍ରେମ

ସମ୍ପୂର୍ଣ ପୂର୍ଣ୍ଣ ପ୍ରେମ,ଅନାବିଳ ପ୍ରେମ

ଶୂନ୍ୟ ସ୍ଥାନ ପୂରଣ କରିବା ପ୍ରେମ।


ଯେଉଁ ପ୍ରେମ ସ୍ଵତନ୍ତ୍ର,ତାହା ଅତି ପାଖରେ

ପ୍ରେମ ପାଖରେ,ଦୁନିଆର ଅନୁଭବ ବି ସ୍ଵତନ୍ତ୍ର।


କେଉଁଠି ପ୍ରେମରେ ଇଚ୍ଛା ପୂରଣ ହୋଇ ବି ଅଧୁରା

କେଉଁଠି ପ୍ରେମରେ ଇଚ୍ଛା ପୁରାପୁରି ସମ୍ପୂର୍ଣ୍ଣ।


କେଉଁଠି ପ୍ରେମରେ ହରାଇବା ଠୁ ସ୍ଵାଧୀନତା ଡର

କେଉଁଠି ପ୍ରେମରେ,ପ୍ରେମର ସମ୍ପୂର୍ଣ୍ଣ ସ୍ଵାଧୀନତା।


କେଉଁଠି ପ୍ରେମ ଖାଲି ଥିବା ହୃଦୟ ପୂରଣ

କେଉଁଠି ପ୍ରେମ ,ହୃଦୟ ଭରା ପ୍ରେମ।


କେଉଁଠି ପ୍ରେମ କେବଳ କଥାବାର୍ତ୍ତା ରେ ସୀମିତ

କେଉଁଠି ପ୍ରେମରେ କିଛି ଭିନ୍ନତା ନାହିଁ।


କେଉଁଠି ପ୍ରେମ ସମୟ ଓ ଦୂରତା କୁ ବଦଳାଏ

କେଉଁଠି ପ୍ରେମ ଏ ସବୁଠୁ ବାହାରେ


ପ୍ରେମ ,ପୂର୍ଣ୍ଣିମା ର ଚାନ୍ଦ ପରି ଅନୁଭବ

ଚାନ୍ଦ ର ଅନୁଭବ କିଛି ସ୍ଵତନ୍ତ୍ର

ମଦ୍ୟ ପାନରେ ନିଶା ପରି

ପ୍ରେମର ପରିଚୟ ହିଁ ସୁରା ର ସାଗର

ପ୍ରେମରେ ମଧୁର ସୁଗନ୍ଧ

ପ୍ରେମ,ନୀରବରେ ଉଡୁଥିବା ଆକାଶର ପକ୍ଷୀ

ପ୍ରେମରେ ବି ଅଗ୍ନି ର ସାଗର

ପ୍ରେମ,କାଦୁଅରେ ଖେଳୁଥିବା ପିଲା

ପ୍ରେମ,ବିନା କାରଣରେ ହସୁଥିବା ଓଠ।


ପ୍ରେମ,ଅଯଥା ଗର୍ଜନ କରୁଥିବା ଯୁବକ ପରି

ପ୍ରେମ ଅଢ଼େଇ ଅକ୍ଷର ର କେବଳ ମିଶ୍ରଣ ନୁହେଁ

ପ୍ରେମ ତ ରାସ୍ତାରେ କୁକୁର ର ଖେଳ ପରି ଖେଳ

ପ୍ରେମର ପରିଭାଷା ଜ୍ଞାନ ରେ ହେଉ ପ୍ରେମ ଖେଳ  


ପ୍ରେମ ର ପରିଭାଷା ଅଛି

ପ୍ରେମ-ପରିଭାଷା ର ମହକ ରହିଛି

ପ୍ରେମର ସଂଜ୍ଞା ଓ ପରିଭାଷା କିଏ ବା ବୁଝୁଛି !!!


ପ୍ରେମ ଚିରନ୍ତନ ସତ୍ୟ ଓ ପବିତ୍ର

ପ୍ରେମ ହିଁ ସତ୍ୟ ଶିବ ସୁନ୍ଦର ଏକତ୍ର

ଦୁଇ ଟି ଆତ୍ମା ମିଳନର ଚିତ୍ର ଚରିତ୍ର

ପରିବ୍ୟାପ୍ତ ପ୍ରେମ ,ଯେବେ ଭାବରେ ଭାବ ଏକତ୍ର। 

ଚରିତ୍ରରେ ଦାଗ ର ଛିଟା

ପ୍ରେମର ସମ୍ପର୍କରେ ଅନ୍ଧ ଓ ପାଗଳ

କୁକର୍ମ ର ଶିକାର ସମୟ ଧାରାରେ

ସମାଜରେ କଳଙ୍କ ର ଆଖ୍ୟା 

ଅବାଞ୍ଛିତ ଗର୍ଭ ପ୍ରେମରେ ପ୍ରେମରେ

କଳଙ୍କ ର ଆଖ୍ୟା,ପରିବାର ସମାଜ ଦୃଷ୍ଟିରେ।


ଜହ୍ନରେ କଳଙ୍କ ,ଖାଲି ଆଖିରେ ବି ଦେଖା

ରାଧା ମୀରା ପ୍ରେମରେ ଅଧିର,ପାଗଳି ପ୍ରାୟ

ପ୍ରେମରେ କଳଙ୍କ ,କହୁଛି ପୁରାଣ

କୈକେୟୀ କଳଙ୍କ ପାଇଁ ରାମ ବନବାସ

ଅହଲ୍ୟା କଳଙ୍କ ପାଷାଣ ର ରୂପ

ସୀତା କଳଙ୍କ ମୁକ୍ତ ଅଗ୍ନି ପରୀକ୍ଷା ରେ

କଳଙ୍କ ର ଧାରା ଅବ୍ୟାହତ ନ ହେଲେ ବି

କଳଙ୍କ ରହିଛି ଆମ ସମାଜରେ।


ପ୍ରେମରେ କଳଙ୍କ ଭାରି ଭୟଙ୍କର

ସମାଜ ଆଗରେ ଅପରାଧୀ,ଦୋଷୀ

କଳଙ୍କିନୀ ର ଆଖ୍ୟା ପ୍ରେମିକା ବହନ କରିବ

ପ୍ରେମିକ ର କଥା କେହି ନ କହିବେ

ଅପ୍ରିୟ ସତ୍ୟ ଯୁଗ ଯୁଗ ଧରି।


ବଞ୍ଚିଥିବା ଯାଏଁ କଳଙ୍କିନୀ ଆଖ୍ୟା

ଦୁର୍ବଳ ମାନସିକତା ସଭ୍ୟ ସମାଜର

କଳଙ୍କ ଆଢ଼ୁଆଳେ ଅସହ୍ୟ ନିର୍ଯ୍ୟାତନା

ପ୍ରେମ ର ନାଁ ଭୁଲିଯାଏ, ବିଚରା ପ୍ରେମିକା!!


ପ୍ରେମ ଅଢ଼େଇ ଅକ୍ଷର

ଗୌରବ ସହିତ ମହିମା ଅପାର

ହୃଦୟ ଯୋଡିବା କାମରେ ଆଗଭର

ଦୁଇ ହୃଦୟ ମିଳନରେ ପ୍ରେମ କାରବାର

ସମର୍ପଣ ମନୋଭାବ ବଢାଇ ସତ୍ୱର

ପ୍ରେମ ପରିଭାଷା ର ନାହିଁ ପଟାନ୍ତର।


ହୃଦୟ ର ଶୂନ୍ୟତା ରେ 

ପ୍ରେମ ଭରିଦିଏ ସଙ୍ଗୀତର ସ୍ବର

ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର

ସାତୋଟି ସ୍ଵର ର ସଙ୍ଗମ,ହୃଦୟ ଭିତର।


ହୃଦୟ ଖୋଲା ଥିଲେ

ସୂର୍ଯ୍ୟ କିରଣ ପରି ପ୍ରେମ ବି ବିସ୍ତାର

ସ୍ଵର୍ଣିମ ଆଲୋକ ପ୍ରଭା ରେ ଦୂର ଅନ୍ଧକାର

ପ୍ରେମର କିରଣ ଠିକ୍ ଚାରୁ ଚନ୍ଦ୍ରମା ର

ସର୍ତ୍ତ ନ ଥିବା ପ୍ରେମରେ ହିଁ ଶାନ୍ତି ଅପାର।


ଭୁଲ୍ ବୁଝାମଣା ରେ ପ୍ରେମ ହୁଏନି ସାକାର

ଠିକ୍ ମୂଳଦୁଆ ବିହୀନ ଘର ଅବା ବାଲିଘର।


ବଦଳି ଯାଇଛି ପରିଭାଷା ନିଛକ ପ୍ରେମର

ମିଳନ ର ଆଢ଼ୁଆଳେ ସ୍ବାର୍ଥ ଆଗ କାରବାର।

ଡିଜିଟାଲ ଯୋଗୁଁ ଉନ୍ନତି କରଣ ବି ଅଢ଼େଇ ଅକ୍ଷର

ପ୍ରେମରେ ଅନ୍ତ ଘଟିଛି ଘଣ୍ଟା ଘଣ୍ଟା ଧରି ଅପେକ୍ଷାର


ପ୍ରେମ ଏକ ଭାଵନା ଓ ପବିତ୍ରତା ର ଧାରା

ଲାଭ କ୍ଷତି ବେପାର ନାହିଁ,ଅଛି ଶୁଦ୍ଧ ଚିନ୍ତା ଧାରା


ସ୍ବାର୍ଥ ଚିନ୍ତା ଧାରା,ଲାଭ କ୍ଷତି,ଚୁକ୍ତି ଥିବା ପ୍ରେମ

ପ୍ରେମ ଫୁଲ ଫୁଟିବା ଆଗରୁ,ଦିଶେ ମଉଳିବାରେ


କହୁଥିଲେ ଯିଏ, ସାତ ଜନ୍ମ ପାଇଁ ମିଶିକି ରହିବା

ଇଚ୍ଛା ନାହିଁ ,ପରସ୍ପରକୁ ଆଡ ଆଖିରେ ଦେଖିବା।


ଇଣ୍ଟରନେଟ୍ ଚକ୍ରବ୍ୟୁହ ର ଧାରା ଓ ଧାରରେ

ନିବିଡ଼ ସମ୍ପର୍କ ନଷ୍ଟ ହେଉଅଛି ସମୟ କ୍ରମରେ।


ପ୍ରେମ ଅଢ଼େଇ ଅକ୍ଷର ରହିଛି ରହିବ

ଗୌରବ ମହିମା ଯୁଗେ ଯୁଗେ ଅଛି ଓ ରହିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract