STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଗପ ପରିକା ଖୁଡ଼ୀ

ଗପ ପରିକା ଖୁଡ଼ୀ

1 min
167

ବାଦୁଲିବୋଉ ଖୁଡ଼ୀ

ରାତି ଚାରିରୁ କାମରେ ଲାଗିପଡେ

ପୁଅ ପାଖ କଲେଜ ଯିବ

ଧୁଳ କକେଇ ବିଲ କୁ ଯିବେ

ରତନୀ ଆଈ ଶେଜ ବଦଳେଇବ

ସଫା କପଡ଼ା ପିନ୍ଧେଇ ଦେବ

ଆଜି ବାଦୁଲି ଶଶୁର ଆସିବେ

ଭଲ କରି ଦି ରକମ ରୋଷେଇ ହବ

ବୋହୁର ଛ ମାସ ଚାଲିଛି

ଆମ୍ବ ଚଟଣି ପିଆଜ ଦେଇ କରିବ

ତା ପାଟିକୁ ସୁଆଦ ଲାଗିବ

ଗୁରୁବାର ବୋଲି କେତେ ଲିପା ପୋଛା,

ଧୁଆ ଧୋଇ ଖୁଡି କରେ

ସାନ ଝିଅ ଫରମାଇସି ଛାଡେ

ବୋଉ ,ଚକୁଳି କରିବୁ ପିଜା ଭଳିଆ

ତାହେଲେ ପେଟକୁ ଯିବ

ନହେଲେ ବରା ଖାଇବ

ଖୁଡ଼ୀ କଥା ପଚାରନା ଆଉ କିଛି

କେମିତି ସକାଳ ହୁଏ କେମିତି ପାହେ ତା ରାତି

ସୁକୁସୁକୁ ଖୁଡ଼ୀଙ୍କର ବୋଉ

ସବୁ କାମ କୁ ପଛରେ ଥୋଇ

ଆଗ ବୁଢ଼ୀ କୁ ଦେଖିବ ଯାଉ

ରହିତ ପାରେନା ମାମୁଁ ଘରେ ଦିନେ

ଲେଉଟେ ତା ଦୁନିଆ କୁ

କଣ ବୁଝେ ସେ ଓମେନ୍ସ ଡେ

ସର୍ବ୍ଂସହା ଖୁଡୀ ସତେ ସିଏ

ତା ପାଖେ ମଥା ନଇଁ ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract