STORYMIRROR

Puspanjali Panda

Abstract Romance

4  

Puspanjali Panda

Abstract Romance

#SMBOOSS(ସନେଟ୍)

#SMBOOSS(ସନେଟ୍)

1 min
199


ଚାରୁମୁଖ ଚୁମି ପ୍ରାଣ ସଙ୍ଗିନୀର ପ୍ରଣୟ ପ୍ରଶସ୍ତି ଗାନେ

ବିହ୍ୱଳିତ ହୃଦ ହୁଏ ମନ୍ତ୍ରମୁଗ୍ଧ ଆନନ୍ଦ ପ୍ଲାବିତ ମନେ।

ତନ୍ଦ୍ରାଛନ ନେତ୍ର କମ୍ପିତ ଗାତ୍ର ବସନ୍ତ ସପ୍ରେମେ ଖେଳେ

ମଳୟ ମହକ ମଲ୍ଲୀପାଖୁଡାରେ ଚୈତ୍ର ଚନ୍ଦନ ବୋଳେ।


ଚାନ୍ଦିନୀ ଚମକେନୀଳ ନଭଧାରେ ବିଚ୍ଛୁରିତ ଶୀତଳତା

ଶିହରିତ ତନୁ ନୃତ୍ୟେ ଛନ୍ଦାୟିତ ପ୍ରେମ ଶିକ୍ତ ଆକୁଳତା।

ମଧୁର ଲଗ୍ନରେ ମଧୁରିମା ଭରେ ସୁପ୍ତ ଇଛା ମୁକ୍ତି ଲଭି

ଅଦିନ ବର୍ଷାରେ ଅଚାନକ ଭିଜେ ପ୍ରଣୟ ସୁଖର ଛବି।


ମୋହାବିଷ୍ଟ ପ୍ରତିକ୍ଷଣ ଲାଗୁଥାଏ ପଥହରା ଦିଶାହରା

ସନ୍ତର୍ପଣେ ଦେଖେନି ଶବ୍ବ ଆକାଶେ ହସୁଥାଏ ଧ୍ରୁବତାରା।

ନିରବ ଭାଷାକୁ ପଢି ଦେଖିବୁଝ ମିଠାଛୁଆଁ ମନ ଖୋଜେ

ଅଦ୍ଭୁତ ଆହାଃରେ ଶିହରଣ ଖେଳେ ଦେହସହ ଦେହ ହଜେ।


ପୁର୍ବଦିଗରୁ ଫରଛା ଦିଶିଲେ ସୁରୁଜ କିରଣ ଆଣେ

ଅଳସଭାଙ୍ଗେ ନାଅଳସୀ କନ୍ୟାର ଗୋପନ ସପନ ବୁଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract