STORYMIRROR

Puspanjali Panda

Classics

4  

Puspanjali Panda

Classics

ହାଣ୍ଡି ଧୁଡୁକା

ହାଣ୍ଡି ଧୁଡୁକା

1 min
311

ସଂପର୍କ ର ଆରମ୍ଭରେଏକ ନିଛ୍ଛକ ପାରିଲା ପଣର 

 ପ୍ରୟାସଟିଏ !

ପରିବାରର ଜଣେ ବୋଲି

ନିଜକୁ ସାବ୍ୟସ୍ତ କରିବାର

ପ୍ରୟୋଜନ ଇଏ !

ହେଇପାରେ ପ୍ରହସନ

ନୂଆ ମଣିଷ ଟିର

ନୂଆ ପରିବେଶର

ବିସ୍ଥାପନ ପ୍ରାଏ !

ଝିଅରୁ ବୋହୁର ରୂପାନ୍ତରଣ

ସମଗ୍ର ଅନ୍ତ କରଣରେ

ପରିସ୍ଫୁଟନ ଜୟଗାନ ଟିଏ।

ସ୍ଥିରିକୃତ ସଂପର୍କର,

ହୋମ ନିଆଁର ସାକ୍ଷୀ,

ଆସ୍ଥା ଟିଏ

ବିଶ୍ୱାସ ଟିଏ

ଭରସା ଟିଏ

ହାଣ୍ଡି ଧୁଡୁକା ଇଏ।

ଭୋଜି ଶେଷର ଭୋଜି

ନୂଆବୋହୁର ହାତ ରନ୍ଧାର

 ଆଦର ନେଇ

ଗ୍ରହଣ କରିବାର 

ବ୍ୟବସ୍ଥା ହୁଏ !

ଖଣ୍ଡିଆ ଖପରା ର ପଇସା 

ନାଚୁଥାଏ ଝଣ ଝଣ 

ଛିଣ୍ଡା ଟୋକେଇ ରେ।

କାଳୀ ,ଗୋରି ସବୁ ନୂଆବୋହୁ

 ର ସ୍ୱାଗତରେ ଲାଗିପଡେ

ସତେକି ଲକ୍ଷ୍ମୀ ପ୍ରତିମା ଟିଏ

ଶାଶୁଘରେ ଜୀବନ ଆରମ୍ଭରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics