ଷାଠିଏର ପ୍ରେମ
ଷାଠିଏର ପ୍ରେମ
ପ୍ରେମ ସହ ଏମିତି ଅଭ୍ୟସ୍ତ ମୁଁ ଯେ
ଭାବି ବି ପାରେନି ଏଠି
ମୁଁ ଅଲଗା ମଣିଷ ।
ଆମ ଗଢ଼ା ସଂସାରକୁ ନେଇ
ଗର୍ବ କରେ ସବୁବେଳେ
ଖାସ୍ ତୁମ ପାଇଁଁ।
ତୁମକୁ ଛାଡ଼ି ଯିବାର
ଦୁଃସାହସ କେବେ କରି ନାହିଁ।
ତୁମସହ ବିତାଇଛି ଷାଠିଏ ବସନ୍ତ
ପ୍ରେମ ଦବା ,ଓ ଭଲପାଇବା
ତୁମ ମୂଳ ମନ୍ତ୍ର ।
କୋଳାହଳମୟ କରେ,ରଙ୍ଗ ଭରେ
ଦୁନିଆରେ ମୋର ।
ବତିଶି ବରଷ ଠାରୁ ,
ତୁମ ଠାରେ ସମର୍ପିତ ଚିତ୍ତ ।
ସବୁବେଳେ ମିଠା ଲାଗେ ,
ତୁମ ସହ ରହିବାର ଇଚ୍ଛା ଜାଗେ
ମନଭରି ଜୀଇଁଥିବା ମଧୁର ମୁହୂର୍ତ୍ତ।
ବୟସର ଅପରାହ୍ନ ସତ!
କାଲି ପରି ଲାଗ ଆଜି
ଷୋଳଟି ଫଗୁଣ ରଙ୍ଗ ମଖା ତୁମେ ମୋର ପ୍ରେମର ଆବର୍ତ୍ତ।
ମୁଁ ,ଏବେ ଆଉ ଶକ୍ତିଶାଳୀ ନହେଲେ ବି ,
ଥୁରୁଥୁରୁ ହାତେ ଧରି ତୁମ ହାତ
ଚାଲିବାକୁ ଅଛି ମୋର
ପଥ ବହୁ ଦୂର ,ଯହିଁ ଥିବ ଆମ ପ୍ରେମ,
ଆଉ ଆମେ ପାଉଥିବା
ନିହାତି ଏକାନ୍ତ ।
