ଝୁରିମରେ
ଝୁରିମରେ
ଫେରିବୁନାହିଁ ତୁ ଆଉ ଯେତେ ବି ଝୁରିଲେ
ଅଫେରାରାଇଜେ ଥରେ ଭାବ ଲଗିଗଲେ
ଆତ୍ମା ପରମାତ୍ମା ଅଛି କି ନାହିଁ ଜାଣିନି
ମୁଁ ଅଛି ତୁ ନାହୁଁ ମନ ଏକଥା ବୁଝୁନି।
ଯିଏ ସେ ଦେଇଛି ଜନମ ମରଣ ବେଳା
ଦୁନିଆ ଯାକର ଯେତେ ସଂପର୍କ ମେଳା
ମନ ଯାହା ଚାହେଁ ତାହା ତ ମିଳେନି କେବେ
ତୁ ଫେରିବୁ ବୋଲି ତଥାପି କାମନା ଜାଗେ।
ସବୁ ଯଦି ହୁଏ ଈଶ୍ୱର ଈଛାର ଲକ୍ଷ୍ୟ
କାହିଁକି ଚାହିବି ଜୀବନେ ତୋ ବିନା ମୋକ୍ଷ ।
ମୋକ୍ଷ ଲୋଡ଼ା ନାହିଁ ଜୀବନ ତୋ ପାଇଁ ମୋର
ତୁ ନାହୁଁ ଯଦି ଏ ଦୁନିଆ ଏଠି କି ଦରକାର ।
ବଦଳି ଯାଉଛି ସକାଳ ସଞ୍ଜ ସମୟ
ତୋ ବିନା ଝୁରୁଛି କେତେ ମନ ଓ ହୃଦୟ ।
ସତେକି ଈଶ୍ୱର କାଠ ପାଷାଣରେ ଗଢ଼ା
ନହେଲେ କେମିତି କୁଢ଼କୁଢ଼ ଏଠି ମଡା।
ବଦଳାଇ ଦେ ମନର ଦରଜା ଥରେ
ତୋ ବିନା ବିଚରା ଜିଇଥାଈ ଝୁରି ମରେ।