STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

ଝୁରିମରେ

ଝୁରିମରେ

1 min
192

ଫେରିବୁନାହିଁ ତୁ ଆଉ ଯେତେ ବି ଝୁରିଲେ 

ଅଫେରାରାଇଜେ ଥରେ ଭାବ ଲଗିଗଲେ

ଆତ୍ମା ପରମାତ୍ମା ଅଛି କି ନାହିଁ ଜାଣିନି

ମୁଁ ଅଛି ତୁ ନାହୁଁ ମନ ଏକଥା ବୁଝୁନି।

ଯିଏ ସେ ଦେଇଛି ଜନମ ମରଣ ବେଳା

ଦୁନିଆ ଯାକର ଯେତେ ସଂପର୍କ ମେଳା

ମନ ଯାହା ଚାହେଁ ତାହା ତ ମିଳେନି କେବେ

ତୁ ଫେରିବୁ ବୋଲି ତଥାପି କାମନା ଜାଗେ।

ସବୁ ଯଦି ହୁଏ ଈଶ୍ୱର ଈଛାର ଲକ୍ଷ୍ୟ

କାହିଁକି ଚାହିବି ଜୀବନେ ତୋ ବିନା ମୋକ୍ଷ ।

ମୋକ୍ଷ ଲୋଡ଼ା ନାହିଁ ଜୀବନ ତୋ ପାଇଁ ମୋର

ତୁ ନାହୁଁ ଯଦି ଏ ଦୁନିଆ ଏଠି କି ଦରକାର ।

ବଦଳି ଯାଉଛି ସକାଳ ସଞ୍ଜ ସମୟ

ତୋ ବିନା ଝୁରୁଛି କେତେ ମନ ଓ ହୃଦୟ ।

ସତେକି ଈଶ୍ୱର କାଠ ପାଷାଣରେ ଗଢ଼ା

ନହେଲେ କେମିତି କୁଢ଼କୁଢ଼ ଏଠି ମଡା।

ବଦଳାଇ ଦେ ମନର ଦରଜା ଥରେ

ତୋ ବିନା ବିଚରା ଜିଇଥାଈ ଝୁରି ମରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy