STORYMIRROR

Puspanjali Panda

Children

2  

Puspanjali Panda

Children

ଚଢେୟା

ଚଢେୟା

1 min
126

ବଣ ରେ ବୁଲି ଚଢେଇ ଗୋଟିଏ

ଧରିବ ବୋଲି

ହାତରେ ଧରି ତୀର 

ଚଢେୟା କହେ ଚଢେୟାଣି ଲୋ

ପଞ୍ଜୁରି ଆଣ

ହେଲା ତ ବଡି ଭୋର।।

ମୁଣ୍ଡରେ ଖୋସି ରଙ୍ଗୀନ ପର

ଅଣ୍ଟା ରେ ମାରି

ଭାଲୁଆ ବଗ ମୁଣା 

ଲୁଣ ଲଗେଇ ପଖାଳ ପେଟେ

ବାଡେଇ ଦେଇ

କୁନା କୁ ଗେଲ କଲା ।।

କଛାକୁ ଭିଡ଼ି ଦଉଡ଼ି କରି 

ଧଇଲା ତୀର ଢାଲ

ବଣକୁ ଯିବ ଆଗ

କୁନା କାନ୍ଦୁଛି ହାତ ଟେକୁଛି 

କହୁଛି ବାବା

ମତେ ତ କାଖ କର।।

ମନକୁ ମାରି ବାହାରିଗଲା 

ବଣ ଭିତରେ ଯାଇ

ଦେଖିଲା ଛୁଆ ଚଢେଇ

ତୀର ନ ମାରି ଆଣିଲା ଧରି 

ଚିଂ ଚିଂ କରି କାନ୍ଦି

ମା ତାଙ୍କର କହୁ ତ ଥିଲା 

ନେହୁରା ହୋଇ 

 ତା ହାତରେ ଥିଲା ବନ୍ଦୀ।

ଚଢେୟା ମନ ତରଳିଗଲା 

କୁନାକଥାକୁ ଭାବି

ଛାଡ଼ି ତ ଦେଲା ଡୋର

ଫୁର୍କିନା ଉଡ଼ି ଗଲେସେ

ଗଛ ଡାଳକୁ

ଯେଉଁଠି ତାଙ୍କ ଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children