ଚଢେୟା
ଚଢେୟା
ବଣ ରେ ବୁଲି ଚଢେଇ ଗୋଟିଏ
ଧରିବ ବୋଲି
ହାତରେ ଧରି ତୀର
ଚଢେୟା କହେ ଚଢେୟାଣି ଲୋ
ପଞ୍ଜୁରି ଆଣ
ହେଲା ତ ବଡି ଭୋର।।
ମୁଣ୍ଡରେ ଖୋସି ରଙ୍ଗୀନ ପର
ଅଣ୍ଟା ରେ ମାରି
ଭାଲୁଆ ବଗ ମୁଣା
ଲୁଣ ଲଗେଇ ପଖାଳ ପେଟେ
ବାଡେଇ ଦେଇ
କୁନା କୁ ଗେଲ କଲା ।।
କଛାକୁ ଭିଡ଼ି ଦଉଡ଼ି କରି
ଧଇଲା ତୀର ଢାଲ
ବଣକୁ ଯିବ ଆଗ
କୁନା କାନ୍ଦୁଛି ହାତ ଟେକୁଛି
କହୁଛି ବାବା
ମତେ ତ କାଖ କର।।
ମନକୁ ମାରି ବାହାରିଗଲା
ବଣ ଭିତରେ ଯାଇ
ଦେଖିଲା ଛୁଆ ଚଢେଇ
ତୀର ନ ମାରି ଆଣିଲା ଧରି
ଚିଂ ଚିଂ କରି କାନ୍ଦି
ମା ତାଙ୍କର କହୁ ତ ଥିଲା
ନେହୁରା ହୋଇ
ତା ହାତରେ ଥିଲା ବନ୍ଦୀ।
ଚଢେୟା ମନ ତରଳିଗଲା
କୁନାକଥାକୁ ଭାବି
ଛାଡ଼ି ତ ଦେଲା ଡୋର
ଫୁର୍କିନା ଉଡ଼ି ଗଲେସେ
ଗଛ ଡାଳକୁ
ଯେଉଁଠି ତାଙ୍କ ଘର ।।
