STORYMIRROR

Pratima Satpathy

Children Stories

3  

Pratima Satpathy

Children Stories

ନିଦ ମାଉସୀ

ନିଦ ମାଉସୀ

1 min
199

ନିଦ ମାଉସୀ ଲୋ ଦେଏ ଆଉଁସି ତୁ 

   ମୋ ଗେହ୍ଲା ଆଖିକୁ ଥରେ

ତୋ ହାତ ସ୍ପର୍ଶରେ ସୁଖରେ ମୋ ଧନ

  ଶୋଇଯିବ ଆନନ୍ଦରେ 


ତୋ ହାତରେ ଯାଦୁ ରହିଅଛି ଭରି

  ସମସ୍ତେ ଡାକନ୍ତି ତୋତେ

କି ମନ୍ତ୍ର ଜାଣିଛୁ  ପିଲାଙ୍କୁ ଶୁଆଉ

  କହିଦେ ଟିକେ ଲୋ ମୋତେ 


ଶୋଉନାହିଁ ଧନ ଅଝଟ ହେଉଛି

  ବୁଝାଇ ଲେ ବୁଝୁନାହିଁ

କୁଆଡେ ଯାଇଛୁ ଆ ମୋ ପାଖକୁ

  ଗେହ୍ଲାକୁ ଦେଏ ଶୁଆଇ 


ଲୋରି ବୋଲି ବୋଲି ଥକି ମୁଁ ଗଲିଣି

  ଧନ ମୋର ଶୋଉନାହିଁ 

ତା ପାଖରେ ବସି ମୁଣ୍ଡକୁ ଆଉଁସି

  ଦେଏ ଲୋ ତାକୁ ଶୁଆଇ 


ଯାହା ତୁ ମାଗିବୁ ତାହା ଦେବି ତୋତେ

  କଥା ଦେଉଛି ଲୋ ମୁହିଁ

ପ୍ରତ୍ୟେକ ରାତିରେ ଆସି ବୁ ମୋ ଘରେ

  ଗେହ୍ଲାକୁ ଦେବୁ ଶୁଆଇ 


ରାତ୍ରି ଉଜାଗର ହେଲେ ଗେହ୍ଲା ମୋର

  ଦେହ ଖରାପ ତା ହେବ

ମନ ଦେଇ ପାଠ ପାରିବନି ପଢି

  ଅଳସୁଆ ହୋଇଯିବ 


ପାଠ ନ ପଢିଲେ ଜୀବନ ବେକାର

  କେହି ପଚାରିବେ ନାହିଁ

ସମାଜରେ ଯଦି ନ ହୋଇବ ଗଣ୍ୟ

  ଜୀବନରେ ମୂଲ୍ୟ ନାହିଁ 


ଭଲ ପାଠ ପଢି ଭଲ କାମ କରି

  ଗେହ୍ଲା ମୋ ଜଗତଜିତା

ହୋଇବ ବୋଲି ସେ ରଖିଛି ଲୋ ଲକ୍ଷ୍ୟ 

   ଶୁଣ ତୁ ମୋହରି କଥା 


ନିତି ନିତି ଆସି ଶୁଆଇ ଦେବୁ ଲୋ 

  ନିଦ ମାଉସୀଟି ମୋର

ଗେହ୍ଲା ମୋର ଟିକେ ବଡ଼ ହୋଇଗଲେ

  କରିବ ତୋତେ ଜୁହାର  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍