STORYMIRROR

Pratima Satpathy

Classics

4  

Pratima Satpathy

Classics

ସକଳ ଶକ୍ତିର ଆଧାର

ସକଳ ଶକ୍ତିର ଆଧାର

1 min
311


ସକଳ ଶକ୍ତିର ଆଧାର ଅଟନ୍ତି 

    ମହାପ୍ରଭୁ ଜଗନ୍ନାଥ 

ସ୍ଥାବର ଜଙ୍ଗମ କୀଟ ତରୁ ଲତା 

    ତାଙ୍କ ଆଜ୍ଞାରେ ଚାଳିତ।

ସୂର୍ଯ୍ୟ ଚନ୍ଦ୍ର ତାରା, ସସାଗରା ଧରା 

    ତାଙ୍କ ଇଚ୍ଛାରେ ଚଳନ୍ତି 

ତାଙ୍କ ଆଜ୍ଞା ବିନା ଗଛରେ ପତର 

     ଟିକିଏ ବି ନ ହଲନ୍ତି।

ଏ ସକଳ ସୃଷ୍ଟି ତାଙ୍କରି ସର୍ଜନା 

    ତାଙ୍କ ବିନା ନାହିଁ ଆନ 

ପରମାତ୍ମା ସାଜି ସକଳ ଘଟରେ 

    ବିଜେ ପ୍ରଭୁ ନାରାୟଣ।

ଅନ୍ତର୍ଯ୍ୟାମୀ ନାଥ ଅନ୍ତର କଥାକୁ 

    ସହଜରେ ବୁଝି ଥାନ୍ତି 

ତୁଣ୍ଡରେ ଧରିଲେ ଥରେ ତାଙ୍କ ନାମ 

     ପାପ ପଙ୍କୁ ତରିଯାନ୍ତି।

ମହାପାପୀ ଅଜାମ୍ୱିଳ ତରିଗଲା 

    ଅନ୍ତେ ଧରି ତାଙ୍କ ନାମ 

ମରା ମରା କହି ଦସ୍ୟୁ ରତ୍ନାକର 

    ବାଲ୍ମିକୀ ମହର୍ଷି ପୁଣ।

ହାତେ ଧରି ଚକ୍ର କାଟି ଦୁଃଖ ନକ୍ର 

     ଦେଇଥାନ୍ତି ସୁଖ ଶାନ୍ତି 

ସକଳ ଶକ୍ତିକୁ ନିୟନ୍ତ୍ରଣ କରି 

    ସାରା ବିଶ୍ବକୁ ଚଳାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics