STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ମା ବୀଣାପାଣି

ମା ବୀଣାପାଣି

1 min
1.4K


ଶ୍ୱେତ ବସ୍ତ୍ର ପରିହିତା ବୀଣା ହସ୍ତେ ସୁଶୋଭିତା

ପଦ୍ମାସନେ ବସି ମାଗୋ ଦେଉ ଦର୍ଶନ

ହସ୍ତେ ମାଳ ସ୍ପଟିକର ବେକେ ଗଜମୋତି ହାର

ହଂସ ବାହିନୀ ବରଦା କରୁ ପୂଜନ

ସରସ୍ବତୀ ଧ୍ୟାନ କରିଣ

ବିଦ୍ୟାରମ୍ଭେ କରେ ଶିଶୁ ଗାଇ ଜଣାଣ ll


ଶୁକ୍ଲପକ୍ଷ ମାଘମାସ ପଞ୍ଚମୀ ପୁଣ୍ୟ ଦିବସ

ଜୟନ୍ତୀ ମାତା ତୁମର ଯେ ଜନ୍ମଦିନ 

ସରସ୍ବତୀ ଆବାହନ ଟେକି ଭୁଜ ସମର୍ପଣ

ବିଦ୍ୟାଳୟେ ଛାତ୍ର କରେ ତୋ ସ୍ତୁତିଗାନ

ମହାମାୟା ମାତା ଅମ୍ବିକେ

ଦିଅମାଗୋ ସଦ ଜ୍ଞାନ କୁନି ବାଳକେ ll


କର ଦୂର ଅଜ୍ଞାନତା ଆଶିଷ ଦେଇ ଜ୍ଞାନତା

ଶରଣ ଯାଉଛୁ ମାଗୋ ତୁମ ଚରଣେ

ବିଦ୍ୟାଦାତ୍ରୀ ବୀଣାପାଣି ବୁଦ୍ଧି ସିଦ୍ଧି ପ୍ରଦାୟନୀ

ଅଶିକ୍ଷା ହଟାଇ ଦିଅ ଜନ କଲ୍ୟାଣେ

ଜ୍ଞାନଦାତ୍ରୀ ମାଆ ସାରଳା

କୃପାକର ଦୀନ ଜନେ ଦେବୀ ବିମଳା ll


କାଳିଦାସ କରି ଧ୍ୟାନ ପାଇଥିଲା ମହାଜ୍ଞାନ

ଭକ୍ତି ଭାବେ ଭକ୍ତ ପାଏ କରୁଣା ତୋର 

ନବବସ୍ତ୍ର ପରିଧାନ ଶୁଦ୍ଧ ମନେ ପୂଜାର୍ଚ୍ଚନ

କୁନୀତି ଅନୀତି ମନୁ କରିଣ ଦୂର

ସତ୍ୟର ପଥିକ ହୋଇଣ

ଜ୍ଞାନର ବ୍ରତରେ କର ଯେ ଉପାସନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics