STORYMIRROR

Nrusingha Narayan Tripathy

Classics

4  

Nrusingha Narayan Tripathy

Classics

ଦୁର୍ଗତିନାଶିନୀ ଜୟ ମା ଭବାନୀ

ଦୁର୍ଗତିନାଶିନୀ ଜୟ ମା ଭବାନୀ

1 min
416

🙏🙏ଦୁର୍ଗତିନାଶିନୀ ଜୟ ମା ଭବାନୀ 🙏🙏
**************************
ଦୁର୍ଗତି ନାଶିନୀ  ଜୟ ମା ଭବାନୀ
       କାଳରାତ୍ରୀ ଭୟଙ୍କରୀ
ମହିଷା ମର୍ଦ୍ଦିନୀ  ଅଭୟ ଦାୟିନୀ
        ସିଦ୍ଧିରାତ୍ରୀ ମହା ଗୌରୀ ll

ଦୁଃଖ ବିନାଶିନୀ  ମଙ୍ଗଳ କାରିଣୀ
         ଆଦି ଶକ୍ତି ଦୁର୍ଗାମାତା
ଶକ୍ତି ସ୍ୱରୂପିଣୀ  ତୁ ବ୍ରହ୍ମ ଚାରିଣୀ
         ତୁହି ଉମା ସ୍କନ୍ଧମାତା  ll
        
ମାତା ବୀଣାପାଣି  ସତ୍ୟ ସନାତନୀ
         ଅପର୍ଣ୍ଣା ତାରା ବିମଳା 
ଦେବୀ କାତ୍ୟାୟାନୀ  ତୁହି ମା ତାରିଣୀ 
       ଶୈଳପୁତ୍ରୀ  ମା ମଙ୍ଗଳା ll

ମାତୃ ସ୍ୱରୂପିଣୀ  ଜଗତ ଜନନୀ
      ଦିଅ ମାତା ସଦଜ୍ଞାନ
କଲ୍ୟାଣ କାରିଣୀ  ତ୍ରିଶୂଳ ଧାରିଣୀ
      ଅଜ୍ଞାନ କର ନାଶନ ll

ସତ୍ୟ ସ୍ୱରୂପିଣୀ   ଶାନ୍ତି ସ୍ୱରୂପିଣୀ
       ତୋର ପାଦେ ନିବେଦନ
ଧର୍ମ  ସ୍ୱରୂପିଣୀ   ସନ୍ତୋଷ ଦାୟିନୀ
       ହଟାଇ ଦିଅ କଷଣ  ll
**************************
ନୃସିଂହ ନାରାୟଣ ତ୍ରିପାଠୀ
ନିମାପଡା, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics