STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଅଂଧମନ ବଂଦାବନେଥାପି ଦେଇ ଚପଳ ଚର

ଅଂଧମନ ବଂଦାବନେଥାପି ଦେଇ ଚପଳ ଚର

1 min
209

ଅଂଧ

ମନ ବଂଦାବନେ

ଥାପି ଦେଇ ଚପଳ ଚରଣ

ଦେଇଗଲେ ଶତାବ୍ଦୀର ମୋହଭାଂଗ

ତୁମ ସ୍ମୃତିରେ ମୁଁ ଲେଖୁଛି ମାଟିର ମହାକାବ୍ୟ

ଘାସ ଫୁଲର ଇତିକଥା

ଲୋହିତ ଉପତ୍ୟକାର କାହାଣୀ

କେଉଁଠୁ ଭାସି ଆସୁଛି ମଧୁର ବଂଶୀସ୍ଵନ

ଚିତ୍ରାୟିତ ପୁଣି ଭିଡରେ ହଜିଯାଇଥିବା ମଣିଷ

ଶବ୍ଦର ଦୋଳି ଖେଳୁଛି ମୁଁ ଅଂଧ ଚିତ୍ରକର

ସ୍ଵପ୍ନର ନୀଳବଳୟରେ ମୁଗଡା ଓ ନଗଡା

ଦେହର ଦାହ ମଂଟାଇବେ ନିଶାଦ୍ଧର ଆଗଂତୁକ

ଅସଂଭବ ଝଡ ଏକ ଉତୁରିଯିବ ଦେହର ମାନଚିତ୍ରରେ

ସ୍ବପ୍ନ, ଦୁଃସ୍ବପ୍ନ ଓ ଦିବାସ୍ଵପ୍ନର ତିନି କୋଣିଆ ବିଚାରେ

ବିଶ୍ୱକପ୍ କ୍ରିକେଟ ଖେଳିବେ ଅସହାୟତାର ଖରର

ଷ୍ଟେସନ୍‌ରୁ ଆବିଷ୍କୃତ ହେବ ରଂଗାଚୂଡି ଓ ଅନ୍ୟାନ୍ୟ

ଏ ସବୁ ଗୋଳମାଳ ତୟାର କରେ ନୀରବତାର ଭାଷା

ସଂପର୍କର ଇଂଦ୍ରଧନୁ-ସଂଭାବନାର ସୁର୍ଯ୍ୟୋଦୟ

ସ୍ମୃତିର ଫରୁଆରେ ଥାଏ ବଂଧନର ସିଂଦୁର

କିଛି ପୂଜାଫୁଲ ଏବଂ ଡେଫୋଡି

ଏହି ମୂହୁର୍ତ ଗୁଡିକୁ ମୋଟେ ସାଉଁଟିବାକୁ ହେବ

ଲେଖିବାକୁ ସଂପୂର୍ଣ ପୃଥକ୍ ଏକ ଅବୋଲକରା କାହାଣି

ଅବିଶ୍ୱାସ୍ୟ- ଆଗ୍ନେୟଗିରିର ଉଦ୍‌ଗୀରଣ

ସାଂଗରେ ନେଇ ଯିବ ସବୁ ଅପ୍ରାସଂଗିକ ସମୀକରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics