ପ୍ରିୟତମା
ପ୍ରିୟତମା


ହେ ମୋ ମଉନାବତୀ ପ୍ରିୟା
ତୁମ ଅନନ୍ୟା ଅବଙ୍ଗୁଠନରେ ମୁଁ ମ୍ରିୟମାଣ
ତୁମ ଲଜ୍ଜା ଓ କ୍ରୀଡାଭରା ମାନଚିତ୍ରରେ ମୁଁ ମୂର୍ତ୍ତିତ
ତୁମ ଗୋଲାପୀ ମଂଡର କାନ୍ସ୍ରେ ମୁଁ ଚିତ୍ରିତ
ତୁମ କଥାକୁଆ ଆଖିର ଆକର୍ଷଣରେ ମୁଁ ରୋମାଂଚିତ
ତୁମ ଅକୁହା କଥାର ସାଂକେତିକତାରେ ମୁଁ ବିମୋହିତ
ତୁମ ବେଦନାସିକ୍ତ ମାନସିକତାରେ ମୁଁ ମର୍ମାହତ
ତୁମ ହସୁଆ ଓଠ ର ଲାଲିତ୍ୟରେ ମୁଁ ସୁରଭିତ
ତୁମ ମନ ମଲ୍ଲୀର ବାସନା ବିଦଗ୍ଧ ସୌରଭରେ ମୁଁ ଆହ୍ଲାଦିତ
ତୁମ ଚପଳା, ଚଳ-ଚଂଚଳା ପ୍ରକୃତିରେ ମୁଁ ହତଚକିତ
ତୁମ କାଳଜୟୀ, ଋତୁପର୍ଣ୍ଣା ରୂପ ଗୁଣରେ ମୁଁ ସଂଜିତ
ତୁମ ଯୁଗସଂଧୂର ମହେନ୍ଦ୍ରବେଳା ଏବେ ଉପଗତ
ଏବେ ତୁମ ଅନୁମୋଦନ ଅପେକ୍ଷାରେ ଏ ପ୍ରେମଭିକ୍ଷା
ତୁମ ଅନୁଶୀଳନର ପରୀକ୍ଷାରେ ଏ ପଥ ଯାତ୍ରା
ତୁମ ସୁରମ୍ୟ ସଂପର୍କର ପୃଥକ୍ ଏକ ପରିଭାଷା
ଏ ବିଚରା ଦିଗହରା ନାବିକ ଦିଗଭ୍ରଷ୍ଟ ଶାମୁକା ।।