ଶ୍ରୀକ୍ଷେତ୍ରରେ ଶ୍ରୀହୀନ
ଶ୍ରୀକ୍ଷେତ୍ରରେ ଶ୍ରୀହୀନ


ପୁଣି ବୃଂତଚ୍ୟୁତା ହେଲା
ଏକ ଅଫୁଟଂତ କଳିକା
ବଡ ତାଂଡରେ ଘଟିଗଲା
ଘୃଣ୍ୟ ଏକ ଦୁଷ୍କର୍ମ
ଲୋକଂକ ଆତ୍ମାର ଅବକ୍ଷୟରେ
ପୈଶାଚିକ ମନୋବୃତିର ପ୍ରାବଲ୍ୟରେ
ଧରାଶାୟୀ ସଂଯମ, ସୁଦୂରପରାହତ ନୀତିଶିକ୍ଷା
ମୁଁ ରହେ ବା ନ ରହେ ବିଶ୍ଵାସର ବଗିଚାରେ
ନୂତନ କାକଳୀଟିଏ ଆଣିବ
ମାଂଗଳିକ ଚେତନାର ମୋହନ ବଂଶୀ
ଚିଂତା ଓ ଦ୍ୟୋତନାର ସଂମଂତକ ମଣି
ଭାବାନୁବେଗର ପ୍ରତୀକ୍ଷା ଓ ପ୍ରସ୍ଥାନରେ
ମାର୍ମିକ ଅଂତଃସ୍ୱରଟିଏ ଉଚ୍ଚାରିତ ହେବ
ସବା ଶେଷ ମଣିଷର ଅସ୍ଥିମଜ୍ଜାଗତ ଭାବନାରେ ।