ପ୍ରିୟତମା
ପ୍ରିୟତମା


ମୁଁ ତୁମକୁ ଦେଖୁଅଛି ;
ପାହାନ୍ତିଆ ପହରରେ ରାଜଧାନୀ ରସ୍ତାରେ
ପରିବା ବୋଝ ମୁଣ୍ଡେଇଥିବାର-ଶିଶୁକୁ କାଖେଇ ଥିବାରେ
ଦାରିଦ୍ର୍ୟର ତାଡନାରେ- ଭୋକର ଭୂଗୋଳରେ
ତୁମକୁ ମୁଁ ଦେଖିଥିଲି :
ଅସୀମ ଆକାଶର ଅସୀମା ଫର୍ଦ୍ଦରେ
ପୂର୍ବଜନ୍ମର କାହାଣୀରେ-ଗପସପରେ
ଗଣମାଧ୍ୟମର ପ୍ରତିରୂପରେ-ପରିଚୟରେ
ପୁଣି ମୁଁ ପାଇଥିଲି :
ଆକାଂକ୍ଷିତ ସାମୀପ୍ୟର ମଧୁ ସଂଭାରରେ
ତୁମ ବିଚିତ୍ରାବର୍ଷା, ମଧୁକ୍ଷର ଅମୃତ କଳସୀରେ
ଅତସୀ କୁସୁମର ସୁରଭିତ ମହକରେ
ଏବେ ମୁଁ ତୁମକୁ ପାଇଅଛି :
ତୁମ ଅନଂଦ୍ୟ ରୂପର ରୋଷଣୀରେ ଅପୂର୍ବା ଆଭାରେ
ଭୂଗୋଳର ଦିଗହରା କଂପାସ୍ରେ- ମାନଚିତ୍ରରେ
ବେଳାଭୂମି ସ୍ପର୍ଶୀ ଦୁଗ୍ଧଫନନିଭ ଉତ୍କାଳ ତରଂଗରେ ।।