Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Romance

4.0  

Golak Bihari Sahoo

Romance

ବାନ୍ଧବୀ ସହ ଚା'

ବାନ୍ଧବୀ ସହ ଚା'

1 min
150


ବନ୍ଧୁ ଘରେ ହେଲା ବନ୍ଧୁ ମିଳନ

    ମାଛ ଭାତ ଡାଲି ମାଂସ ତିଅଣ ।

ଦହିର ସାଲାଡ ପାମ୍ପଡ ଭଜା

   ଏକ ସଙ୍ଗେ ବସି ଖାଇବା ମଜା  ।

ବିଦାୟ ସମୟେ ବାନ୍ଧବୀ କହେ

    ମୋ ହାତର ଚା' ପିଇବା ମୋହେ  ।

ଟିକିଏ ବସନ୍ତୁ ଆଣୁଛି ବେଗେ

     ପିଇ କରି ଯିବେ କହେ ସୁହାଗେ  ।

ତା ସାଥିରେ ଦେବି କାଜୁ ବିସ୍କୁଟ 

     ଆଣୁଛି ହେ ବନ୍ଧୁ ଯାଇ ଝଅଟ  ।

ବାନ୍ଧବୀର କଥା ନ ପାରି କାଟି

     ବାନ୍ଧବୀର ସହ ଚା'ର ପାର୍ଟୀ  ।

ତା ସଙ୍ଗେ ବାନ୍ଧବୀ ପ୍ରୀତି ବଚନ

    ରୋଗ ଶୋକ କଷ୍ଟ କରେ ମୋଚନ  ।

ପଚାରିଲି ବନ୍ଧୁ କାଜୁ ବିସ୍କୁଟି

     କେଉଁ କମ୍ପାନୀର ଆଣ ସାଉଁଟି  ।

ବାନ୍ଧବୀ କହିଲେ ବନ୍ଧୁ ତୁମର

       କିଛି ଅବଦାନ ନାହିଁ ତାଙ୍କର   ।

ମୋ ହାତ ତିଆରି କାଜୁ ବିସ୍କୁଟି

     କୁହନ୍ତୁ ଖାଇଲେ ଲାଗେ କେମିତି  ।

ପ୍ରଶଂସା କରିଲି ବାଃ ବାଃ କହି

     ଝାଉଁଳି ପଡିଲେ ବାନ୍ଧବୀ ସହୀ  । 

ଯାହା ଦେଲେ ତୁମ ବନ୍ଧୁ ଖାଆନ୍ତି

    କେବେବି ପ୍ରଶଂସା ନ' କରନ୍ତି  ।

କହିଲି ବାନ୍ଧବୀ ମନକୁ ଊଣା

       ନ କରି ନ ଦିଅ ବନ୍ଧୁ ଯାତନା  ।

ଭଳିକି ଭଳିକି କରି ଆଇଟମ

        ଖାଇବାକୁ ଦେବ କରି ଯତନ  ।

ଆମ ପାଇଁ ରଖିଥିବ ସାଇତି

      ଆମେ ଚାଖିବାକୁ ଆସିବୁ ନିତି  ।

ପ୍ରଶଂସାରେ ଭରି ତୁମର ମନ

       ଗାଇ ଚାଲିଥିବୁ ତୁମର ଗାନ  ।

ବଞ୍ଚିବା ପାଇଁ ତ ଏହା ପାଥେୟ

        ସୁସ୍ଥ ଦେହ ମନ ପାଇଁ ଉପାୟ  ।

ବନ୍ଧୁ ମିଳନରେ ସୁଖ ନ ଥିଲେ

       ଧନ ଦଉଲତ କି ହେବ ଭଲେ ।

        *****


Rate this content
Log in

Similar oriya poem from Romance