STORYMIRROR

BULU BEHERA

Romance

4  

BULU BEHERA

Romance

ପ୍ରେମ ନୁହେଁ ଧୋକା ଦେବା

ପ୍ରେମ ନୁହେଁ ଧୋକା ଦେବା

1 min
172


ଜୀବନରେ ପ୍ରେମ କରି 

         ଧୋକା କାହାକୁ ଦେବନି,

କପଟିଆ, ଲମ୍ପଟିଆ

         ପ୍ରେମେ କେବେ କରିବନି l(0)


ପ୍ରେମର ମିଳନ ଘଟେ

          ଭାଗ୍ୟର ଥିଲା ଲେଖା

ଫଗୁଣର ବାସ ଛୁଟେ

           ପ୍ରେମିକା ହୋଇଲେ ଦେଖା  |

ପ୍ରେମ କରି ହାତ ଧରି

           ଅଧା ବାଟରେ  ଛାଡ଼ନି,

ଜୀବନ..........................................|(1)


କାଲି ଥିବ କି ନଥିବ

          ସମୟ ଦିନେ କହିବ,

ପ୍ରେମ କରି କିଏ ଜିତେ

       କିଏ ଅବା ଯେ ହାରିବ |

ଆମ ପ୍ରେମ ରହିଥିବ

           ଯୁଗ ଯୁଗକୁ ସ୍ମୃତି ହୋଇ,

ଜୀବନରେ..................................... l(2)



Rate this content
Log in

Similar oriya poem from Romance