ବନ୍ଦେ ପୁରୁଷୋତ୍ତମଂ
ବନ୍ଦେ ପୁରୁଷୋତ୍ତମଂ
ବନ୍ଦେ ପୁରୁଷୋତ୍ତମଂ
ବନ୍ଦେ ଶ୍ରୀକ୍ଷେତ୍ର ଧାମଂ,
ଭକ୍ତିରେ ତୁମ ପାଦେ
ନେଲୁ ପ୍ରଭୁ ଶରଣଂ l(0)
ପରମ ଲୀଳା ମୟ
ପ୍ରଭୁ ହେ ଲଷ୍ମୀକାନ୍ତ,
ତୁମ ଭକ୍ତିରେ ବନ୍ଧା
ହେ କାଳିଆ ସାଆନ୍ତ l
ଏ ଭବ ସାଗରର
ତୁମେ ପ୍ରଭୁ ନାଉରୀ,
ଭାସୁଛୁ ଭବ ଜଳେ
ରଖ ହେ କୃପା କରି l
କରୁଛୁ ସବୁବେଳେ
ତୁମ ଗୁଣ କୀର୍ତ୍ତନଂ l
ବନ୍ଦେ...........
......................|(୧)
ଭାବକୁ ନିକଟ ହେ
ଅଭାବକୁ ତ ଦୂର,
ଭକ୍ତର ପ୍ରଭୁ ତୁମେ
ହେ ବ୍ରହ୍ମାଣ୍ଡ ଠାକୁର l
ଯୁଗେ ଯୁଗେ ଧରାକୁ
ନାନା ରୁପକୁ ଧରି,
ଆସୁଛ ଭକ୍ତ ପାଇଁ
ଋତୁ ମାନଙ୍କ ପରି l
କଳିରେ ଅବତୀର୍ଣ୍ଣ
ଜଗନ୍ନାଥ ହେ ସ୍ୱୟଂ l
ବନ୍ଦେ...............
.... .....................|(୨)
