ପ୍ରଭୁ ଜଗନ୍ନାଥସ୍ୱାମୀ
ପ୍ରଭୁ ଜଗନ୍ନାଥସ୍ୱାମୀ
ଆହେ ଜଗନ୍ନାଥସ୍ୱାମୀ
ପ୍ରଭୁ ଜଗନ୍ନାଥସ୍ୱାମୀ,
ମୋ ନୟନ ପଥ ଗାମୀ
ଭବ ତୁମେ ଅନ୍ତର୍ଯ୍ୟାମୀ l
ଯଶୋଦାର ଗଣ୍ଠିଧନ
ଦେବକୀଙ୍କର ନନ୍ଦନ,
କୌଶଲ୍ୟାର ଶ୍ରୀ ଚନ୍ଦନ
ଶ୍ରୀ ଗୁଣ୍ଡିଚାଙ୍କର ଧନ l
ଗୋପୀଙ୍କର ରତ୍ନାହାରା
ରାଧାଙ୍କ ପ୍ରେମ ପସରା,
ସୀତାଙ୍କର ପ୍ରାଣ ଧାରା
ଲଷ୍ମୀଙ୍କର କାନ୍ତ ପରା l
କୁସୁମିତ କଲେ ପଥ
ହେବି ତୁମ ଅନୁଗାମୀ l
ଆହେ ଜଗନ୍ନାଥସ୍ୱାମୀ
p> ପ୍ରଭୁ ଜଗନ୍ନାଥସ୍ୱାମୀ |
ସତ୍ୟ ଯୁଗେ ନରସିଂହ
ହିରଣ୍ୟକୁ ବିଦାରିଲ,
ତ୍ରେତୟାରେ ରାମଚନ୍ଦ୍ର
ଦଶାନନଙ୍କୁ ବଧିଲ |
ଦ୍ୱାପରରେ କୃଷ୍ଣ ରୂପେ
କଂସକୁ ବିନାଶି ଥିଲ,
କଳି ଶେଷେ ଆସିଅଛ
ନାଶିବାକୁ ପାପୀ କୁଳ l
ଭକତ ଭାବରେ ବନ୍ଧା
ଆହେ ପ୍ରଭୁ ରାଧାସ୍ୱାମୀ |
ଆହେ ଜଗନ୍ନାଥ ସ୍ୱାମୀ
ପ୍ରଭୁ ଜଗନ୍ନାଥସ୍ୱାମୀ l