ବାହୁଡା଼ ଯାତ
ବାହୁଡା଼ ଯାତ
ବା ---ବାହାରକୁ ଆସି ଦର୍ଶନ ଦିଅନ୍ତି
ଭକ୍ତଙ୍କୁ ତିନି ଠାକୁର,
ବ୍ରାହ୍ମଣ ଠାରୁ ଚଣ୍ଡାଳ ପରିଯନ୍ତେ
ହୁଅନ୍ତି ଆତ୍ମ ବିଭୋର l
ହୁ ----ହୁଡ଼ି ଯାଆନ୍ତି ଯେତେ ଦୁଃଖ ଦୁର୍ଦ୍ଦଶା
ଖୁସିରେ ନାଚି ଉଠନ୍ତି,
ହୁଣ୍ଡିରେ ଦକ୍ଷିଣାକୁ ପ୍ରଦାନ କରି
ନିଜକୁ ଧନ୍ୟ ମଣନ୍ତି l
ଡା ---ଡାକନ୍ତି ସବୁ ରଖ ହେ ମହାବାହୁ
ତୁମ ଭୁଜ ତଳେ ରଖ,
ଡାକ ଶୁଣି ତୁମେ ଉଦ୍ଧାର ପ୍ରଭୁ ହେ
ପତିତ ଜନଙ୍କ ଦୁଃଖ l
ଯା ----ଯାହାଙ୍କ ପାଇଁ ନେଇଛ ଅବତାର
ଯା ପାଇଁ ସଦା ବ୍ୟାକୁଳ,
ଯାହା ଉଦେଶ୍ୟରେ ତୁମ ଯାତ
ଯା ଲାଗି ବିଶ୍ୱେ ଚହଳ l
ତ ----ତମ ରୂପ ଦେଖି ଧନ୍ୟ ହେଲା ଆଖି
ତମ କର ପ୍ରଭୁ କ୍ଷୟ,
ତମ ନାମାମୃତ ପାନ କରି ଭକତ
ତମ ନାମେ ହେୟ ଜୟ l
