BULU BEHERA

Classics Inspirational Children

4  

BULU BEHERA

Classics Inspirational Children

ଆଜି ରଥଯାତ୍ରା

ଆଜି ରଥଯାତ୍ରା

1 min
4


ଯାତରା ଭିତରେ ଯାତରା 


     ଆଜି ପରା ରଥଯାତରା,


ପ୍ରତି ବରଷରେ ଥରେ ହୁଏ 


     ବିଶ୍ୱ ପ୍ରସିଦ୍ଧ ଏ ଯାତରା l(୧)


ନବ ଯୌବନକୁ ଦେଖିଲେ 


      କୋଟି ପୂଣ୍ୟ ଯେ ମିଳିଥାଏ,


ଦାରୁ ବ୍ରହ୍ମ ପରମ ଆତ୍ମା 


       ଭକତର ଠାକୁର ସିଏ l


ଏ ଜୀବନ ହେବରେ ଧନ୍ୟ 


       ପାଇଲେ ତାଙ୍କରି ଆସରା l(୨)



ଜଗନ୍ନାଥ ଓ ବଳରାମ 


        ନବ ବେଶେ କି ମନୋରମ 


ସଙ୍ଗେ ଘେନି ଭଗ୍ନୀ ସୁଭଦ୍ରା 


        ଧନ୍ୟ କରନ୍ତି  ପୁରୀ ଧାମ l


ନର ଜନ୍ମରୁ ମୁକ୍ତି ପାଇବ 


        ଲକ୍ଷ୍ୟ ତୁମ ହୋଇବ ପୁରା l(୩)

      

       


Rate this content
Log in

Similar oriya poem from Classics