ଆହେ ବ୍ରହ୍ମାଣ୍ଡ ଠାକୁର
ଆହେ ବ୍ରହ୍ମାଣ୍ଡ ଠାକୁର
କୁସୁମିତ କର, ଚଲାପଥକୁ ମୋର
ଆହେ ପ୍ରଭୁ ତୁମେ ବ୍ରହ୍ମାଣ୍ଡ ଠାକୁର l
ବଞ୍ଚିବାକୁ ଚାହେଁନା, ପ୍ରଭୁ ତୁମ ବିନା
ଦିଶୁଛି ଚତୁଃର୍ଦିଗ, ମୋତେ ଅନ୍ଧକାର
ରକ୍ଷାକର ପ୍ରଭୁ ହେ ବ୍ରହ୍ମାଣ୍ଡ ଠାକୁର l (୧)
ପରମ ଲୀଳା ମୟ ତୁମେ ହେ ଠାକୁର,
ସଜଳ ଶକତିର ତୁମେ ହିଁ ଆଧାର l
ଏହି ବିଶ୍ୱ ବ୍ରହ୍ମାଣ୍ଡ ତୁମ ଈଙ୍ଗିତରେ,
ହୁଅଇ ଆତଯାତ ପ୍ରତି ମୁହୁର୍ତ୍ତରେ l
ଡାକୁଛି ମୁଁ ତୁମ ନାମ ହୋଇ ଆତୁର
ରକ୍ଷାକର ପ୍ରଭୁ ହେ ବ୍ରହ୍ମାଣ୍ଡ ଠାକୁର l[୨]
ତୁମେ ପ୍ରଭୁ ରାମ, କୃଷ୍ଣ ଯୀଶୁ, ମହମ୍ମଦ,
ଚୈତନ୍ୟ, ପରମହଂସ, ଗୌତମ ବୁଦ୍ଧ l
କଳି ଶେଷେ ଆସିଛ ହୋଇ ଜଗନ୍ନାଥ,
ଦେଖାଇବାକୁ ସଭିଙ୍କୁ ମୁକ୍ତିର ପଥ l
ଧର୍ମ ରକ୍ଷା ପାଇ ତୁମେ ନିଅ ଅବତାର,
ରକ୍ଷାକର ପ୍ରଭୁ ହେ ବ୍ରହ୍ମାଣ୍ଡ ଠାକୁର l
କୁସୁମିତ କର ଚଲାପଥକୁ ମୋର,
ଆହେ ପ୍ରଭୁ ତୁମେ ବ୍ରହ୍ମାଣ୍ଡ ଠାକୁର l(୩)
