STORYMIRROR

BULU BEHERA

Classics Fantasy Inspirational

4  

BULU BEHERA

Classics Fantasy Inspirational

ଓଁ ନମୋ ବାସୁଦେବାୟ

ଓଁ ନମୋ ବାସୁଦେବାୟ

1 min
19

ଅଗତିର ଗତି 


ହେ ଜାନକୀ ପତି 


     ମୋର ଗୁହାରୀ ପ୍ରଭୁ ଶୁଣ,


ତୁମେ ନ ଶୁଣିବ 


ଦଣ୍ଡେ ନ ଦେଖିବ 


      ହାରିବି ଶ୍ରୀକ୍ଷେତ୍ରେ ମୁଁ ପ୍ରାଣ l(0)


ସବୁଦିନ ପାଇଁ 


ରାଗି ଯାଇ ମୁହିଁ 


      ନେବି ତୁମ  ଠାରୁ ବିଦାୟ,


ମୁଁ କହିବି ନାହିଁ 


ତୁମକୁ ହେ ସାଇଁ 


      ଓ଼ମ୍ ନମୋ  ବାସୁଦେବାୟ l(୧)



ଡାକି ଡାକି ପ୍ରଭୁ 


ଶୁଖିଲାଣି ତଣ୍ଟି 


      କେତେ ଡାକିବି ପ୍ରଭୁ ଆଉ,


ଅନ୍ତର ବେଦନା 


ମନର ଭାବନା 


       ଶୁଣ ହେ ପ୍ରଭୁ ମହାବାହୁ l


ଏତେ ରାଗିଗଲେ 


ଟିକେ ଋଷିଗଲେ 


       କିଏ ବୁଝାଇବ ତୁମକୁ,


ଦୀପ ମୁଁ ଜାଳୁଛି 


ପ୍ରାର୍ଥନା କରୁଛି 


       ପ୍ରତି ପ୍ରଭାତେ ଓ ସନ୍ଧ୍ୟାକୁ l


ବିଗତ ଜନ୍ମର 


ପାପର ଫଳକୁ 


       ନ କରିଲେ ଯେ ଅବକ୍ଷୟ,


ମୁଁ କହିବି ନାହିଁ  


ତୁମକୁ ହେ ସାଇଁ 


        ଓ଼ମ୍ ନମୋ ବାସୁଦେବାୟ l(୨)



ଜଗତର ପିତା 


ମୋର ତ୍ରାଣକର୍ତ୍ତା 


       ବିଶ୍ୱ ବ୍ରହ୍ମାଣ୍ଡର ଠାକୁର,


ତୁମ ଦ୍ୱାରା ଧରା 


ଆତଯାତ ପରା 


       ସକଳ ଶକ୍ତିର ଆଧାର l


ମୋର ଅନ୍ତର୍ଯ୍ୟାମୀ 


ଆହେ ରାଧାସ୍ୱାମୀ 


       ଲୀଳା ତୁମର କି ଅପାର  


ଲଗାଇଛ ଲୀଳା 


ଆହେ ଚକାଡୋଳା 


       ଭାବର ତୁମେ ହେ ଠାକୁର l


ଭାବ ଟିକେ ଦିଅ 


ଆହେ କଳା ଦିଅଁ 


       ଭାବକୁ କର  ବିନିମୟ  l


ନ ଦେଲେ ମୁହିଁ 


କହିବି ଯେ ନାହିଁ 


       ଓ଼ମ୍  ନମୋ ବାସୁଦେବାୟ l[୩)

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics