ମୋ ଜୀବନ ନାଥ
ମୋ ଜୀବନ ନାଥ
ନାଥ ହେ ନାଥ ମୋ ଜୀବନ ନାଥ
ମୁହିଁ ଯେ ଅନାଥ ତୁମେ ମୋର ନାଥ l
ଅଗତିର ଗତି ଆହେ ଲକ୍ଷ୍ମୀ ପତି,
ପଡିଛି ଦୁର୍ଗତି ଦିଅ ସଦଗତି l
ଦୁଃଖିରେ ମୁଁ ଦୁଃଖୀ ଅଟେ ବଡ ଦୁଃଖୀ,
ଦୁଃଖ ମୋର ଶୁଣ ଥରୁ ଟିଏ ଦେଖି l
ପୂର୍ବ ଜନମର ପୂର୍ବ ତାପସ୍ୟାର
ପୂର୍ବ କର୍ମ ଫଳ ଭୋଗୁଛି ପୂର୍ବର l
ମୁକ୍ତି ଦିଅ ମୋତେ ଆହେ ମୁକ୍ତିଦାତା
ମୁକ୍ତି କର ଆଗେ ଦୁଃଖରୁ ବିଧାତା l
ଶେଷ ମିନତି ମୋ ଶୁଣ ଶେଷ ଥର
ଶେଷ କରୁଅଛି ଘେବ ମୋ ଜୁହାର l
