STORYMIRROR

Keshab Chandra Dash

Fantasy Others

4  

Keshab Chandra Dash

Fantasy Others

କୃଷ୍ଣ ଜନ୍ମାଷ୍ଟମୀ

କୃଷ୍ଣ ଜନ୍ମାଷ୍ଟମୀ

2 mins
313

ପାପିର ବିନାଶ ଧର୍ମ ସଂସ୍ଥାପନ

ଜନମ ନେଇଛ ହରି

ଆଜିର ଦିନଟି ତୁମ ଜନ୍ମାଷ୍ଟମୀ

ସ୍ଵାଗତ ହେ ଗୋଲକବିହାରୀ।


ଜନମ ତୁମର ରୋକିବାକୁ ମାମୁଁ

କେତେ କରିଥିଲା ଫନ୍ଦି

ଦୈବବାଣୀଟାକୁ ମିଥ୍ୟା କରିବା ଆଶାରେ

ବସୁଦେବ ଦେବକୀଙ୍କୁ କଲା ବନ୍ଧୀ।


କେତେ ନିର୍ଯାତନା ଦେଇଛି ସେ ପାପୀ

ସାତ ସନ୍ତାନଙ୍କୁ ମାରିଛି କଚାଡ଼ି

ଅଷ୍ଟମ ସନ୍ତାନ ଯେ ତାକୁ ବଧ ଯେ କରିବ

ବନ୍ଧିଘରେ ଲଗାଇଛି ବେଡି।


ବନ୍ଧିଶାଳା ପ୍ରହରୀ ଖବର ଦେଇଛି 

ବନ୍ଧିଗୃହେ ନେଇଛି ଜନମ ଅଷ୍ଟମ ସନ୍ତାନ

କଂସାଶୁର ଆସିଛି ଧାଇଁ ବନ୍ଧିଗୃହେ

ଜିତିବାକୁ ନିଜ ଭଗ୍ୟଲେଖା ଲିଖନ।


ଅଷ୍ଟମ ସନ୍ତାନ ଦେଖି କଂସାଶୁର

ହୋଇଅଛି ଆଚମ୍ବିତ

ନବଜାତ ଶିଶୁ କନ୍ୟା ଅଟେ ସେହି

ହେଲା କିପରି ଓଲଟପାଲଟ ।


ଦୈବବାଣୀ ଅବା ହୋଇଲାକି ମିଥ୍ୟା

ଅବା ହୋଇପାରେ ଦେବତାଙ୍କ କୁଟ

ମୁଳୁ ମାଇଲେ ଯିବ ସରି ସିଏ 

ସେ ପୁତ୍ର ହେଉ ବା କନ୍ୟା ମରିବ ନିଶ୍ଚିତ।


ମାରିବାକୁ ଉଠାଇଣ କଂସ ଯେବେ ଶିଶୁକନ୍ୟା

 ହସ୍ତରୁ ଛିଟିକି ଯାଇ ଶୂନ୍ୟେ ହେଲା ଅନ୍ତର୍ଦ୍ଧାନ ।

ବିଜୁଳୀ କନ୍ୟା ସେ ଅଟନ୍ତି ଯୋଗମାୟା

ତାଙ୍କ ଅଟ୍ଟହାସେ ପ୍ରକମ୍ପିତ ହେଲା ଯେ ଗଗନ।


ଦୈବ ବାଣୀ ହେଲା ଶୂନ୍ୟେ

ଅଷ୍ଟମ ସନ୍ତାନ ହାତେ ମରିବୁଟି ତୁହି

ଯେ ତତେ ମାରିବ ଜନ୍ମ ହୋଇ ତ ସାରିଛି

ଗୋପେ ଏବେ ବଢ଼ୁଅଛି ସେହି ।


ସେ ଅଧମ ପାପିଷ୍ଠ କାହୁଁ ବା ଜାଣିବ

ପ୍ରଭୁ ମାୟାଧର ଲୀଳା

ନିଜେ ନିଜକୁ ରକ୍ଷା କରିଣ ସେ

କରିଗଲେ ତାଙ୍କ ଖେଳା।


ଭାଦ୍ରବ ଅଷ୍ଟମୀ ରାତ୍ରୀ କାରାଗାରେ

ହୋଇଲେଟି ପ୍ରଭୁ ଜନମ

ପ୍ରଭୁଙ୍କ ଆଦେଶେ ନେଇ ବସୁଦେବ

କରିଗଲେ ତାଙ୍କ କରମ।


ପ୍ରଭୁ ଗିରିଧର ତାଙ୍କ ମାୟାଯେ ରଚିଲେ

ଖୋଲିଗଲା କାରାଗାର

ନିଦ୍ରାଦେବୀ ମାୟାରେ ପ୍ରହରୀ ପଡ଼ିଲେ

ହେଲା ପଥ ପରିଷ୍କାର ।


ଘଡ଼ଘଡ଼ି ରାତି ମାରୁଛି ବିଜୁଳୀ

ଖେଳୁଛି ବରଷା ରାଣୀ

ଅଜସ୍ର ବର୍ଷାରେ ହସୁଛି ଯମୁନା

ଦୁଇ କୁଳ ଲଂଘି ପାଣି ।


ଖୋଲିଗଲା ବେଡ଼ି ବସୁଦେବଙ୍କ ହସ୍ତରୁ

କୃଷ୍ଣଙ୍କୁ ସେ ଘେନି ଗଲେ

ପ୍ରଭୁଙ୍କ ଆଶିଷେ ଯମୁନା ହେଲା ଦୁଇ ଭାଗ 

ଗୋପେ ନନ୍ଦରାଣୀ ଗୃହେ ପ୍ରବେଶିଲେ।


ନବଜାତ ଶିଶୁ ବିଜୁଳୀ କନ୍ୟା ଯେ ଖେଳୁଛି

ଅଚେତନ ନନ୍ଦରାଣୀ ପାଖେ ଥାଇ

ପ୍ରଭୁଙ୍କୁ ସେଠାରେ ଥୋଇ ବସୁଦେବ

ଗଲେ କନ୍ୟରତ୍ନ ନେଇ ।


ଗୋପରେ ବଢ଼ିଲେ ପ୍ରଭୁ ଯେ ଶ୍ରୀକୃଷ୍ଣ 

ଗୋପି ଗୋପାଳ ବାଳକ ସଙ୍ଗେ ହରି 

କାଳୀୟଦଳନ କରି ତାଙ୍କ ଲୀଳା ଦେଖାଇଲେ

ବକାସୁର ଆଉ ପୁତନା ରାକ୍ଷସୀ ମାରି।


ଇନ୍ଦ୍ରଙ୍କ କୋପରୁ ଗୋପ ରକ୍ଷା କଲେ

ଗିରି ଗୋବର୍ଦ୍ଧନ ଟେକି

ସବୁ ଲୀଳାଖେଳା ସରିଲା ଗୋପରେ

ରହିଲା କଂସ ନିଧନ ଯେ ବାକି ।


ମାରିବାର ସମସ୍ତ ଯୋଜନା ବିଫଳ ଯେ ହେଲା

କଂସ କଲା ଧନୁଯାତ୍ରା ଆୟୋଜନ

କୃଷ୍ଣ ବଳରାମ ବେନି ଭାଇ ଆଣିବାକୁ

ଗୋପପୁର ଅକ୍ରୁର କଲେ ଯେ ଗମନ ।


ଅକ୍ରୁର ସାଥିରେ ବେନି ଭାଇ ଗଲେ

ମାମୁଁ ନିମନ୍ତ୍ରଣ ରକ୍ଷା କରି

ଧନୁଯାତ୍ରା ମଧ୍ୟେ କଂସ ବଧ କଲେ

ପାପୀ ଶାସନର ଅନ୍ତ କଲେ ହରି ।


ଆଉଥରେ ପ୍ରଭୁ ଅବତାର ନିଅ

କଳକୀ ଅବତାର ଧରି

ପାପିର ନିଧନ ଧର୍ମ ସଂସ୍ଥାପନ

କରୁଥାଅ ଗିରିଧାରୀ।



Rate this content
Log in

Similar oriya poem from Fantasy