STORYMIRROR

Keshab Chandra Dash

Romance Classics Fantasy

4  

Keshab Chandra Dash

Romance Classics Fantasy

ବିବାହର ପଚିଶି ବରଷ

ବିବାହର ପଚିଶି ବରଷ

1 min
71

ସେହି ଜୁନ୍ ମାସ ୨୪ ତାରିଖ ୨୦୦୦ ମସିହା ଦାମ୍ପତ୍ୟ ଜୀବନେ ବାନ୍ଧି ହେଲୁ ସେହି ଶୁଭ ଦିନେ,
ଦେଖୁ ଦେଖୁ ଆମ ବିବାହର ୨୫ ବର୍ଷ ବିତିଗଲା ସୁଖେ ଦିନ କଟିଗଲା ବିଶ୍ୱାସ ହେଉନି ମନେ।


ଯାହାର ହାତଧରି ଆରମ୍ଭ ହେଲା ଦାମ୍ପତ୍ୟ ଜୀବନ
ସହଧର୍ମିଣୀ ସେ ମୋ ଏକ ମୂଲ୍ୟବାନ ହୀରା, ହୀରା ଚମକରେ ସବୁ ସମସ୍ୟାର ହୋଇଅଛି ଅନ୍ତ
ଜୀବନର ପ୍ରତିକ୍ଷଣେ ମୁ ଯେ ପାଇଛି ତାଙ୍କ ସାହାରା।


କେତେ ରାଗରୁଷା, ମାନ ଅଭିମାନ ଯଦିବା ଘଟିଛି ଏହି ଆମ ଦାମ୍ପତ୍ୟ ଜୀବନ ଚଲାପଥରେ,
ରହିଛି ମୁହୂର୍ତ୍ତକ ପାଇଁ ଛାଡି ନାହାନ୍ତି ମୋ ହାତ ଯାହା ଭୁଲ ବୁଝାମଣା ଥିଲେ ବି ଆମ ଭିତରେ ।

ପିତାମାତା ,ଭାଇବନ୍ଧୁ, ଜ୍ଞାତି ପରିଜନଙ୍କ ସେବାରେ ହେଳା କରି ତ ନାହାନ୍ତି ସେ କେଉଁ ଦିନେ,
ଯାହା ମାଗିଥିଲି ନାରାୟଣୀଙ୍କୁ ବିବାହ ଆଗରୁ ପାଇଛି ସଠିକ୍ ଜୀବନସାଥି ଭାବୁଅଛି ମନେ।


ଏହି ପଚିଶି ବରଷ ଭିତରେ କେତେ ଝଡ଼ଝଞ୍ଜା ଉତ୍ଥାନ ପତନ ଆସିଛି ଆମ ଦାମ୍ପତ୍ୟ ଜୀବନରେ,
ମାଁ ଘଣ୍ଟେଶ୍ୱରୀଙ୍କ କୃପାରୁ ସେ ସବୁ ଟଳି ତ ଯାଇଛି
ଧ୍ୟାନ କରିଛି ଯେବେ ମାଆର ପାଦ ପଦ୍ମରେ ।


ସଜଫୁଲ ପରି ସବୁବେଳେ ଯେ ହସୁଛି ଆମ ଦାମ୍ପତ୍ୟ ଜୀବନର ଏ ମଧୁର ଯୋଡ଼ି,
ମାଆର କରୁଣାରୁ ଆମର ପାରିବାରିକ ଜୀବନ ୨୫ ବର୍ଷ ଭିତରେ କେବେ ଯାଇନି ବିଗିଡି।


ଏତିକି ଗୁହାରି ମାଆ ଆଜିର ଏ ଶୁଭ ଦିନେ ଏହିପରି ଯୋଡ଼ି ଆମ ସୁଖେ ଚାଲିଥାଉ, ଯେତେଦିନ ବଂଚିଥିବୁ ଏ ମହୀ ମଣ୍ଡଳେ
ଯୋଡ଼ି ସଜଫୁଲ ଆମ ଏହିପରି ହସୁଥାଉ।।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance